Friday, November 22, 2024
spot_imgspot_imgspot_img
Homeଅଘଟଣପାଇକମାଲ ପୋଲିସ ଦ୍ୱାରା ୧୬୨୦ କେଜି ମହୁଳଫୁଲ ଜବତ ସହ ଦୁଇ ଗିରଫ ।

ପାଇକମାଲ ପୋଲିସ ଦ୍ୱାରା ୧୬୨୦ କେଜି ମହୁଳଫୁଲ ଜବତ ସହ ଦୁଇ ଗିରଫ ।

ପାଇକମାଲ- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ଯାନ ବାହନ ଯାଂଚ ପ୍ରକ୍ରିୟା ବଢାଇବା ସହ ସିମାନ୍ତବର୍ତ୍ତୀ ଚେକ ପୋଷ୍ଟ ଗୁଡିକରେ ଯାଂଚ ପ୍ରକ୍ରିୟା ଅଧିକ କରି ଦିଆଯାଇଛି । ପାଇକମାଲ ଥାନା ଅଂଚଳରୁ ମହୁଳଫୁଲ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ ବଢାଇଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଚଢାଉ କରିଥିଲେ । ଭୂବନେଶ୍ୱର ପୁର ଗାଁ ରୁ ଏକ ପିକଅପ (ସିଜି.୦୪.ଜେଏ.୬୦୦୪)ରେ ୪୫ ପ୍ୟାକେଟ ମହୁଳଫୁଳ ଯାହାର ଓଜନ ୧୬୨୦ କେଜି ସରକାରୀ ଟିକସ ପଇଠ ନ କରି ଅଧିକ ଲାଭ ପାଇଁ ପଡୋଶୀ ଛତିିଶଗଡ ରାଜ୍ୟକୁ ଚାଲାଣ କରୁଥିଲେ । ଚାଲାଣ ହେଉଥିବା ମହୁଳଫୁଲକୁ ପୋଲିସ ଜବତ କରିବା ସହ ପିକଅପ ଓ ସମ୍ପୃକ୍ତ ଥିବା ଭୂବନେଶ୍ୱରପର ଗାଁ ର ଅନିସ କୁମାର ସିଂ ଓ କୁନ୍ଦଳ ସିଂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପଦ୍ମପୁର ଅଂଚଳରେ ଗ୍ରାମାଂଚଳରେ ଲୋକମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଅସାଧୁ ବ୍ୟବସାୟୀ ମାନେ ସରକାରୀ ବାବୁଙ୍କୁ ହାତ କରି ଗରିବ ଲୋକଙ୍କ ଠାରୁ ଶାଗମାଛ ଦରରେ ମହୁଳଫୁଲ କିଣି ଅଧିକ ଲାଭ ପାଇବା ପାଇଁ ସରକାରୀ ଟିକସ ଫାଙ୍କି ପଡୋଶୀ ଛତିଶଗଡ ରାଜ୍ୟରେ ବିକ୍ରି କରୁଛନ୍ତି । ଗରିବ ଲୋକମାନେ ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେବାସହ ସରକାର ଟିକସ ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ଏବଂ ଅସାଧୁ ବ୍ୟବସାୟୀ ଓ କର୍ମଚାରୀ ମାନେ ଲାଭବାନ ହେଛନ୍ତି । ସରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ସ୍ୱତନ୍ତ୍ର ଦର ନିର୍ଦ୍ଦାରଣ କଲେ ସାଧାରଣ ଲୋକ ଲାଭବାନ ହୋଇପାରିବେ ।

error: Content is protected !!