
ପାଇକମାଲ-ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ବର୍ତ୍ତମାନର ବୃହତ ଆଞ୍ଚଳିକ ଦଳ ଭାବରେ ପରିଚିତ ବିଜୁ ଜନତା ଦଳ। ଏହି କ୍ରମରେ ଶୁକ୍ରବାର ପାଇକମାଳ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଗୌତମ ସିଂ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପେକ୍ସ ସଭାପତି ବିଜୁ ସ୍ୱାଇଁ,ହୃଦାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା। ପରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସମସ୍ତେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଜନସାଧାରଣଙ୍କ ସହିତ ରହି ଅଞ୍ଚଳର ବିକାଶ ନିମନ୍ତେ କାମ କରିବା ପାଇ ମତ ପ୍ରକାଶ ପାଇଥିଲା । ବିଜୟ ରାଓ, ନାନକି ସାହୁ, ଲାଲା ସାହୁ, ଦଶରଥ ଚାନ୍ଦ, ଅଜୟ ସେଠ୍, ରାଜୁ ମହାନନ୍ଦ, ସଞ୍ଜୟ ଭୋଇ, ସୁବାସ ଶଗଡ଼ିଆ , ଟିକିଲାଲ ମାହାର , ଟୁକୁ ମହାନ୍ତି, ରାଜୀବ ସାହୁ , ବନୁ ମିଶ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।



