ବରପାଲି-ବରପାଲି ଅଞ୍ଚଳର ଗରୀବ ଭୂମିହୀନ ହିତାଧିକାରୀ ମାନଙ୍କୁ ସିଲିଂଜମି ଓ ଘର ଡିହ ସହାୟତା ନାଁରେ ଗତ ୩୦ବର୍ଷ ହେଲା ପ୍ରସାସନ ପକ୍ଷରୁ ଭୁଆଁ ବୁଲାଉଥିବା ଅଭିଯୋଗ ମାନ ହେଉଅଛି। ସରକାରୀ ସ୍ତରରେ ଘରଡିହ ଓ ସିଲିଂ ଚାଷ ଜମି ପଟ୍ଟା ପ୍ରଦାନ କାର୍ଯ୍ଯ ବହୁ ଦିନରୁ ସମ୍ପର୍ଣ୍ଣ ହୋଇଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସଠିକ ବ୍ୟବସ୍ଥା ବରପାଲି ତହସିଲ ଅଞ୍ଚଳର ହିତାଧିକାରୀ ମାନଙ୍କୁ ମିଳିପାରିନାହିଁ। କାଗଜପତ୍ର ଫାଇଲଚାଷ କାମ ହୋଇଥିବା ବେଳେ ଅପରପକ୍ଷରେ ମିଳିଥିବା ଜମିର ଚିହ୍ନଟ କିମ୍ବା ଘରଡିହ ଦଖଲ ସହିତ ସିଲିଂ ଚାଷଜମି ର ନେଟ ପଟ୍ଟା ପ୍ରଦାନ ଆଜି ପର୍ଯ୍ଯନ୍ତ ହୋଇପାରିଲାନାହିଁ।
ବର୍ତ୍ତମାନ ଭୂମିହୀନ ଗରୀବ ହିତାଧିକାରୀ ମାନେ ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖାଯାଉଛି। ସେହିପରି ଉପୁଜୁଥିବା ସମସ୍ୟା ଯୋଗୁ ହିତାଧିକାରୀ ମାନେ ଆବାସ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚୁତ ରହୁଛନ୍ତି। ଅନ୍ୟ ପକ୍ଷରେ ସିଲିଂ ଚାଷ ଜମି ପଟ୍ଟା ପାଇଥିବା ହିତାଧିକାରୀ ଜମି ଦଖଲ ରେ ଥାଇ ଚାଷବାସ କରୁଥିଲେ ସୁଦ୍ଧା ନେଟ୍ ପଟ୍ଟା ଅଭାବରୁ ଧାନ କାର୍ଡ ନପାଇ ଧାନ ବିକ୍ରୟ କରିପାରୁ ନାହାନ୍ତି। ପୁର୍ବରୁ ବହୁବାର ପଶ୍ଚିମ ଓଡିଶା ଆଦିବାସୀ ସଂଘ ଅଭିଯୋଗ ଏବଂ ଆନ୍ଦୋଳନ ମାଧ୍ଯମରେ ପ୍ରସାସନ ନିକଟରେ ଦାବୀ ଜଣାଉଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଛି।
ବର୍ତ୍ତମାନ ସମସ୍ଯାକୁ ନେଇ ପ୍ରସାସନିକ କାର୍ଯ୍ଯାକଳାପକୁ ନେଇ ଅତିଷ୍ଠ ହେବା ସହ ମହାସଂଘ ତହସିଲଦାରଙ୍କୁ ସାକ୍ଷାତ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି।ଯଦିଚ ସାତ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆସନ୍ତା ଡିସେମ୍ବର ମାସ ରେ ବରପାଲି ତହସିଲ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲାବନ୍ଦ ରଖାଯିବ ବୋଲି ସଘଂର କର୍ମକର୍ତ୍ତା ମାନେ ଧମକ ଦେଇଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ମହାସଂଘ ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହା, ସଂପାଦକ ଧନେଶ୍ଵର ସିଂହ ଙ୍କ ସହ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।