ବରଗଡ-କୋଶଲୀ କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ସାକେତ ଶ୍ରୀଭୁଷଣ ସାହୁ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡଂଗୀଂକୁ ଭେଟି ବିଧାୟକଂକ ଜରିଆରେ ମୂଖ୍ୟମଂତ୍ରୀ ମୋହନ ଚରଣ ମାଝୀଂକୁ ଏକ ଦାବୀପତ୍ର ଦେଇଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲାଗୁ କରିବାକୁ ଥିବା ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ଏବଂ ଆଂଚଳିକ ଭାଷାରେ ଶିକ୍ଷାକୁ ଜୋର ଦେବାପାଇଁ ଦିଗଦର୍ଶନ ଦେଇଛି । ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଯଦି ସମ୍ଭବ ଏହା ବାହାରେ ମଧ୍ୟ ମାତୃଭାଷାରେ ଶିକ୍ଷା ଦେବା ଉଚିତ ବୋଲି ଉଲ୍ଲେଖିତ ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏ ନିତିରେ ଉଲ୍ଲେଖିତ ଅଛି ଯେ କୌଣସି ଛାତ୍ର ଉପରେ କୌଣସି ଭାଷା ଲଦି ଦିଆ ନ ଯିବା ଉଚିତ । ୧୯୮୬ ର ଶିକ୍ଷାନୀତିରେ ମଧ୍ୟ ମାତୃଭାଷା ମାଧ୍ୟମରେ ଶିଶୁକୁ ଶିକ୍ଷାଦାନ ପାଇଁ ଉଲ୍ଲେଖ ଅଛି ଏବଂ ୨୦୦୯ର ଶିକ୍ଷା ଅଧିକାର ଆଇନ ମଧ୍ୟ ଶିଶୁକୁ ତାର ମାତୃଭାଷାରେ ଶିକ୍ଷା ଦେବା ପାଇଁ ଉଲ୍ଲେଖ କରିଛି ମାତ୍ର ଦୁଖଃର ବିଷୟ ଏହା ଓଡିଶାର ପଶ୍ଚିମ ଅଂଚଳ ପାଇଁ ଲାଗୁ କରାଯାଇ ନାହିଁ । ଶିକ୍ଷାଦାନର ମାଧ୍ୟମ ଅର୍ଥ ଯେଉଁ ଭାଷାମାଧ୍ୟମରେ ଶ୍ରେଣୀକକ୍ଷ ମଧ୍ୟରେ ଛାତ୍ରଛାତ୍ରୀଂକୁ କୌଣସି ବିଷୟରେ ସୂଚନା ଦିଆହୁଏ । ଯଦି ଶିଶୁ ଶ୍ରେଣୀକକ୍ଷ ମଧ୍ୟକୁ ପଶିବା ପୂର୍ବରୁ ସେ ମାଧ୍ୟମ ବା ଶିକ୍ଷାଦାନର ଭାଷା ସହିତପରିଚିତ ନୁହେଁ ତାହେଲେ ତା ପାଇଁ ସେ ମାଧ୍ୟମ ବା ଭାଷା ଏକ ବିଦେଶୀ ଭାଷା ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
ପରିଣାମ ସ୍ୱରୁପ, ଶିଶୁକୁ ଶ୍ରେଣୀ ମଧ୍ୟରେ ଯାହା ସୂଚନା ବା ପାଠ୍ୟକ୍ରମ ଦିଆହୁଏ ସେ ତାକୁ ବୁଝିବାରେ କଷ୍ଟପାଏ, ପ୍ରାୟ ବୁଝିପାରେନା । ସେଥିପାଇଁ ଶିଶୁକୁ ତା ମାତୃଭାଷାରେ ଶିକ୍ଷାଦାନ ଅତ୍ୟନ୍ତ ଆବଶ୍ୟକ । ମାତୃଭାଷା କହିଲେ ଯେଇଁ ଭାଷା ଶିଶୁ, ଘରେ ନିଜ ମାଁ ବାପା, ପରିବାର ବା ଆଖପାଖ ପରିବେଶରୁ ଶିଖିଥାଏ । ମାତୃଭାଷା ସହିତ ଜନ୍ମରୁ ପରିଚିତ ହୋଇଥିବାରୁ ସେ ଭାଷାର ଶବ୍ଦାବଳୀ ବୁଝିବାରେ କଷ୍ଟହୁଏନା । ୟୁନେସ୍କୋ (ଟଘଋଝଉଙ ୨୦୦୮ବ) ର ଗବେଷଣା ଅନୂଯାୟୀ ଶିଶୁର ପ୍ରଥମ ଭାଷା ବା ମାତୃଭାଷା ହିଁ ପ୍ରାଥମିକ ସ୍ଥରରେ ଶିକ୍ଷାଦାନ ପାଇଁ ସର୍ବୋତ୍କୃଷ୍ଟ ଓ ଶେଷ ଭାଷା ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ପୃଥିବୀର ସବୁ ବିକଶିତ ଦେଶ ମଧ୍ୟ ପ୍ରାଥମିକ ସ୍ଥରରେ ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିଛନ୍ତି । ଶିକ୍ଷା ବିକାଶର ଚାବିକାଠି । ଗୋଟିଏ ଅଂଚଳର ଶିକ୍ଷାହାର ଗୋଟିଏ ସମାଜ ବା ଅଂଚଳର ବିକାଶର ମାପକାଠି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ଶିଖ୍ୟାହାର ୭୪.୦୪% ଓ ଓଡିଶାର ଶିକ୍ଷାହାର ୭୩.୫% । ମାତ୍ର ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଏକ ବିରାଟ ତାରତମ୍ୟ ଅଛି ଶିକ୍ଷାହାରରେ । ପଶ୍ଚିମ ଓଡିଶାର ଶିକ୍ଷାହାର ୪୨% ରୁ ୭୦.୬୫% ମଧ୍ୟରେ ରହିଥିବା ବେଳେ ପୂର୍ବ ଓଡିଶାର ଶିକ୍ଷାହାର ୭୦.୫୬% ରୁ ୭୯.୫୯% । ଏ ତାରତମ୍ୟର ଅନେକ ପାରିପାଶ୍ୱିର୍କ କାରଣ ଥିଲେ ମଧ୍ୟ ମୂଖ୍ୟ ହେଉଛି ପୂର୍ବ ଓଡିଶାର ଶିଶୁମାନେ ତାଂକ ମାତୃଭାଷା ଓଡିଆରେ ଶିକ୍ଷା ପାଉଥିବା ବେଳେ ପଶ୍ଚିମ ଓଡିଶାର ଶିଶୁମାନେ ତାଂକ ମାତୃଭାଷା କୋସଲିରେ ଶିକ୍ଷା ପାଉନାହାନ୍ତି ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଓଡିଶାର ୪.୨ କୋଟି (୨୦୧୧ ଜନଗଣନା ଅନସାରେ) ମଧ୍ୟରୁ ପଶ୍ଚିମ ଓଡିଶାର ପ୍ରାୟ ୨କୋଟି ଲୋକ ପ୍ରତ୍ୟହ ବ୍ୟବହାର କରନ୍ତି । ପଶ୍ଚିମ ଓଡିଶାର ସାଧାରଣ ଜନଜୀବନରେ ଓଡିଆ ବ୍ୟବହାର ହୁଏନି । ମାତ୍ର ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟକ୍ରମ ଓଡିଆରେ ହୋଇଥିବାରୁ ଏ ଅଂଚଳରେ ନାନା ସମସ୍ୟା ଦେଖାଦେଇଛି । ଶିଶୁମାନେ ଅଧାରୁ ପାଠ ଛାଡି ଚାଲିଯାଉଛନ୍ତି ତେଣୁ ଏ ଅଂଚଳର ଡ୍ରପ-ଆଉଟ ରେଟ ମାତ୍ରାଧିକ । ଓଡିଆ ମାଧ୍ୟମ ଦୂର୍ବୋଧ୍ୟ ହୋଇଥିବାରୁ ଶିକ୍ଷାହାର ବହୁତ କମ ଓ ମାଟ୍ରିକ ଓ +୨ର ଫଳାଫଲ ମଧ୍ୟ ଏ ଅଂଚଳର ଛାତ୍ରଛାତ୍ରୀଂକ ଭଲ ରହେନି । ଉଦାହରଣ ଭାବେ ୨୦୧୫ ବର୍ଷ ବରଗଡ ଜିଲ୍ଲାର ମାଟ୍ରିକ ଫଳାଫଳକୁ ନିଆଯାଇପାରେ । ଆମେ ପଶ୍ଚିମ ଓଡିଶାବାସୀଂକ ତରଫରୁ ଅନୁରୋଧ କରୁଛୁଁ ଯେ, ରାଜ୍ୟ ସରକାର ପଶ୍ଚିମ ଓଡିଶାର ଶିଶୁମାନଂକୁ ତାଂକ ମୌଳିକ ଅଧିକାରରୁ ବଂଚିତ ନ କରି ପଶ୍ଚିମ ଓଡିଶାର ମାତୃଭାଷା ମାଧ୍ୟମରେ ପ୍ରାଥମିକ ସ୍ତରରେ ତାଂକୁ ଶିକ୍ଷାଦାନ ଦିଆଯାଉ ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)