ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମ ମହୁଲପାଲି ଗ୍ରାମରେ ପଞ୍ଚାୟତ ସ୍ଥରୀୟ ଏକ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଆଦିବାସୀ କୁଳର ଦେବାଦେବୀଙ୍କୁ ଏବଂ ପାରଂପରିକ ଅସ୍ତ୍ରଶସ୍ତ୍ରକୁ ପୁଜାର୍ଚ୍ଚନା କରି ବାଜା ବଜାଇ ଏକ ଶୋଭାଯାତ୍ରା ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ ସମ୍ମାନିତ ଅତିଥି ଜିଲ୍ଲା ସଭାପତି ଗୋବିନ୍ଦ ବରିହା ,ପାଇକମାଲ ବ୍ଲକ ସଭାପତି ଚେରୁ ବରିହା , ଗାଇସିଲେଟ ବ୍ଲକ ସଭାପତି ସଶିଭୁଷଣ ବରିହା , ଯୋଗେନ୍ଦ୍ର ବରିହା, ଦୃଣ କନ୍ଦା, ପଦ୍ମପୁର ବ୍ଲକ ସଭାନେତ୍ରୀ ଶଖି ବରିହା , ରମେଶ ବରିହା ,ବିନୋଦିନୀ ନାଏକ ଏବଂ ଅନ୍ୟତମ ମଞ୍ଚାସିନ ଥିଲେ ।

ଆଦିବାସୀ ମାନଙ୍କର ତଥା ଅନ୍ୟ ବର୍ଗର ଗରିବ ଲୋକ ମାନଙ୍କ ଶିକ୍ଷା , ସ୍ବାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରାସ୍ତା ମରାମତି ଏବଂ ଯୋଗ୍ୟତା ହୀତାଧିକାରୀଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା ବିକଳାଙ୍ଗ ଭର୍ତ୍ତା ଓ ରାସନ୍ କାର୍ଡ ବଞ୍ଚିତ ଥିବା ପରିବାରଙ୍କୁ ରାସନ୍ କାର୍ଡ କିଭଲି ଭାବରେ ମିଳିବ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ମୂଳକ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଏଥିପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଚାଳନା କରିଥିଲେ ଉପିନ୍ଦ୍ର ବରିହା , ସଭା ଶେଶରେ ନିଲେଶ୍ବର ଭୁଏ ଧନ୍ୟବାଦ୍ ଦେଇ ସଭାକୁ ସ୍ବାଙ୍ଗ କରିଥିଲେ ।

