ପଦ୍ମପୁର-ପଶ୍ଚିମ ଓଡ଼ିଶାର ସଂସ୍କୃତିର ଗୋଟିଏ ପ୍ରତିକ ହେଉଛି ପୁଅ ଜିଉନ୍ତିଆ ମା ତାର ପୁଅ ଝିଅ ମାନଙ୍କର ମଙ୍ଗଳ ଉନ୍ନତି ଏବଂ ଦୀର୍ଘାୟୁ କାମନା କରି ଗୋଟିଏ ଦିନ ନିର୍ଜଳା ଉପବାସ କରିଥାଆନ୍ତି।ଆଜି ମାର ମନ ଭକ୍ତି ଶ୍ରଦ୍ଧାରେ ଡାକୁଥିସି “ମାଁ ଷଠିଜୁଉଁଠି ଗୋ ଛୁଆକେ ମୋର ଛତର ଅଢୁଆଲେଁ ରଖିଥା”। କିନ୍ତୁ ଆଜି କାଲିର ଶନ୍ତାନ, ପୁଅ ପ୍ରତି ମାଁ ବାପାଙ୍କ ତ୍ଯାଗକୁ ଭୁଲିଯାଇ ବୃଦ୍ଧା ବସ୍ଥାରେ ପୁଅ ଝିଅଙ୍କ ନିର୍ଯ୍ୟାତନା ସହିନ ପାରି ବୃଦ୍ଧା ପିତାମାତା ଅନିଚ୍ଛା ସତ୍ତ୍ବେ ବୃଦ୍ଧା ଶ୍ରମ ଯିବା ପାଇଁ ବାଧ୍ୟ ହୁଅନ୍ତି।ସେ ଯାହାବି ହେଉ ମା ହେଉଛି ଶନ୍ତାନ ପାଇଁ ତ୍ୟାଗର ପ୍ରତିକ।
ଦଶହରା ମାସ ଷଷ୍ଟୀ ତିଥିରେ ସଂଧ୍ୟା ସମୟରେ ମା ମାନେ ସିଲସିଆଲି ଯଥା ଶିଲଲଶିଲୁପା କୁ ପୂଜାକରନ୍ତି।ରାତି ପାହି ସକାଲୁ ପୁଅ ର ଦୀର୍ଘାୟୁ ମନାସି ନିର୍ଜଲା ଓଷା ଆରମ୍ଭ କରନ୍ତି।ପୁଣି ସଂଧ୍ୟା ସମୟରେ ପୋଖରୀ ତୁଠକୁ ଯାଇ ପୋଖରୀ ଭିତରୁ ଆଠ ଆଞ୍ଜୁଲା ବାଲି କାଢି ସେହି ବାଲିରେ କାକୁଡିକୁ ଚକିକରି କାଟି ରେଙ୍ଗାଳ କିମ୍ବା ଅଫାମାରଙ୍ଗ କାଠି ସାହାଯ୍ୟରେ ତାକୁ ପୋତି ଦିଅନ୍ତି।ସେହି ଚକି କାକୁଡି ଉପରେ ଫୁଲ ଚାଉଳ ସିନ୍ଦୂର ଲଗେଇ ତୁଠ ପୂଜା ସାରି ଓଦା ବସ୍ତ୍ର ଧାରଣ କରି ପାଣି କଲସି ଧରି ଘରକୁ ଆସନ୍ତି ।
ଘରକୁ ଆସି ନୁଆ ଶାଢ଼ୀ ପିନ୍ଦି ଗାଁ ଦାଣ୍ଡରେ କୁଠି କାଟି ପୁଅର ଦୀର୍ଘାୟୁ କାମନା କରି ଦୁତୀ ବାହନଙ୍କୁ ପୂଜାକରନ୍ତି।୧୦୮ ଦୁବ, ଚାଉଳ,ଖଇ ,ବିଭିନ୍ନ ପ୍ରକାରର ଫଳ,ଅଦା, କରମଙ୍ଗା,ମକା, ନାରଙ୍ଗୀ,ମୁଲା,ଆଖୁ, ନଡ଼ିଆ, ଜହ୍ନି ଇତ୍ୟାଦି ଯୋଗାଡକରି ପଣ୍ଡିତ ଡକାଇ ପ୍ରଭୁ ଦୁତିବାହନଙ୍କୁ ପୂଜାର୍ଚ୍ଚନା କରନ୍ତି।ଏବଂ ପୁଅ ମାନଙ୍କୁ ସେହି ଦୁବ ଲଗାନ୍ତି।