Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଢୋଳବନ୍ଧ ଗ୍ରାମରେ ମହିଳା ମାନଙ୍କ ପକ୍ଷରୁ ବନମହୋତ୍ସବ ।

ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଢୋଳବନ୍ଧ ଗ୍ରାମରେ ମହିଳା ମାନଙ୍କ ପକ୍ଷରୁ ବନମହୋତ୍ସବ ।

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସର୍ଗିବାହାଲ ଅନ୍ତର୍ଗତ ଢୋଳବନ୍ଧ ଗ୍ରାମରେ ଶତାଧିକ ମହିଳା ନାଟ୍ୟକାର ରାଜ କୁମାର ସାହୁଙ୍କ ନେତୃରେ ବନମହୋତ୍ସବ ପାଳନ କରିବା ସହିତ ଶତାଧିକ ବୃକ୍ଷ ରୋପଣ କରିଛନ୍ତି | ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ମିନକେତନ ସାହୁ ଯୋଗଦେଇ ଜଙ୍ଗଳ ସୁରକ୍ଷା ଓ ବୃକ୍ଷ ର ଉପକାରିତା ବିଷୟରେ ଆଲୋଚନା କରିଥିଲେ | ଜମଲା ଡିଗ୍ରୀ କଲେଜର ପ୍ରିନ୍ସପାଲ୍ ସ୍ବାଧୀନ ଚନ୍ଦ୍ର ସାହୁ,ସାମ୍ବାଦିକ ଜୟନ୍ତ କୁମାର ସେଠ,ସୁରେନ୍ଦ୍ର ମେହେର ସମ୍ମାନୀତ ଭାବବରେ ଯୋଗଦାନ କରିଥିଲେ ।

ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଉପରେ ଏକ ଆଲୋଚନା କରି ସଚେତନ କରିବା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଶିଷ କୁମାର ଭୋଇ,ସୁପ୍ରଭା ମିଶ୍ର (ଏମ୍.ବି.କେ),ପୁଷ୍ପାଞ୍ଜଳୀ ବରିହା,ଯିତେନ୍ଦ୍ରିୟ ଦୀପ,ଭୂମିସୂତା ସାହୁ,ଲଲିତ ସାହୁ,ସବିତା ସାହୁ,ପ୍ରମୋଦିନୀ ସାହୁ,ସୁକାନ୍ତୀ ସାହୁ,ପ୍ରିୟବତୀ ବରିହା ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ପ୍ରତୈକ ପରିବାର ସଦସ୍ୟ ପିଛା ଗୋଟିଏ ଗଛ ଲଗାଇବା ବୋଲି ମତ ପ୍ରକାଶ କରିଥିଲେ |

error: Content is protected !!