Saturday, March 7, 2026
Homeରାଜ୍ୟପରିବେଶି ସୁରକ୍ଷା ପାଇଁ ଶିକ୍ଷକଙ୍କ ନିଆରା ଉଦ୍ୟମ।

ପରିବେଶି ସୁରକ୍ଷା ପାଇଁ ଶିକ୍ଷକଙ୍କ ନିଆରା ଉଦ୍ୟମ।

ପଦ୍ମପୁର-ଜନ୍ମ ଦିନରେ ଗଛ ଚାରା ଉପହାର ଦେଇ ପରିବେଶ ସୁରକ୍ଷା ସହ ସଚେତନ ବାର୍ତ୍ତା ଦେଉଛନ୍ତି ହିନ୍ଦି ଶିକ୍ଷକ ପ୍ରସନ୍ନ କୁମାର ମେହେର। ବର୍ତ୍ତମାନ ସମୟରେ ଲୋକମାନେ ଗଛ କାଟି ଜଙ୍ଗଲକୁ ପଦା କରି ଦେଉଛନ୍ତି । ଗଛ କାଟିବା ଦ୍ବାରା ପରିବେଶ ଦୂଷିତ ହେବା ସହ ତାପମାତ୍ରା ବଢିବାରେ ଲାଗିଛି। ପାରଦ ତଳକୁ ଖସିବାର ନାମ ନେଉନି ।

ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ଦେବା ପାଇଁ କେ.ଆର.ପି ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ପ୍ରସନ୍ନ କୁମାର ମେହେର ପିଲାମାନଙ୍କ ଜନ୍ମ ଦୁନ ହେଉ ଅବା କୌଣସି ଅନ୍ଯାନ୍ଯ ଖୁସି ମୂହୁର୍ତ୍ତରେ ପିଲାମାନଙ୍କୁ ଚାରା ବଣ୍ଟନ କରିବା ସହ ତାକୁ ରୋପଣ କରି ପରିବେଶକୁ ବଞ୍ଚାଇବା ପାଇଁ ପିଲାମାନଙ୍କୁ ଉଦବୋଧନ ଦେଉଛନ୍ତି । ଇତି ମଧ୍ଯରେ ସେ ଏକ ଶହରୁ ଅଧିକ ଚାରା ରୋପଣ କରିଥିବା ଜଣାପଡିଛି ।

error: Content is protected !!