Saturday, March 7, 2026
Homeରାଜ୍ୟପରିବେଶପ୍ରେମୀଙ୍କ ନିଆରା ଦୀପାବଳି ।

ପରିବେଶପ୍ରେମୀଙ୍କ ନିଆରା ଦୀପାବଳି ।

ପଦ୍ମପୁର-ଆଲୋକର ପର୍ବ ଦୀପାବଳି । ଏହି ପବିତ୍ର ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ବହୁ ମାତ୍ରାରେ ଅନେକ ପ୍ରକାରର ମିଠା ସହ ଦାମି ଉପହାର ପ୍ରଦାନ କରାଯିବାର ପରମ୍ପରା ଦେଖିବାକୁ ମିଳିଥାଏ । ଏହା ସହ ଏହି ଦିନ ସଂଧ୍ଯାରେ ବହୁତ ମାତ୍ରାରେ ବାଣ ଫୁଟାଇବା ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥାଏ । ଏପରି ଏକ ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ନୂଆଁପାଲି ଗ୍ରାମର ଜଣାଶୁଣା ପରିବେଶବିତ ମୀନକେତନ ସାହୁ ଏବଂ ପ୍ରକୃତିବନ୍ଧୁ କେଦାରନାଥ ସାହୁ ଏକ ନିଆରା ଭାବରେ ଦୀପାବଳି ପାଳନ କରି ସମାଜକୁ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି । ସମାଜର ବିଭିନ୍ନ ବ୍ଯକ୍ତି ବିଶେଷଙ୍କୁ ଦୀପାବଳି ଉପହାର ଭାବରେ ଦୁର୍ଲଭ ଅଶୋକ ଚାରାକୁ ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ । ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ପ୍ରକୃତିବନ୍ଧୁଙ୍କ ଏହି ନିଆରା ଦୀପାବଳି ପାଇଁ ଅଞ୍ଚଳର ବିଭିନ୍ନ ବର୍ଗରୁ ପ୍ରଶଂସା ମିଳିଥିବା ଜଣାଯାଏ ।

error: Content is protected !!