Saturday, March 7, 2026
Homeଅଘଟଣପରଲୋକରେ ପୂଜକ ସୂର୍ଯ୍ୟ ନାରାୟଣ ନନ୍ଦ ।

ପରଲୋକରେ ପୂଜକ ସୂର୍ଯ୍ୟ ନାରାୟଣ ନନ୍ଦ ।

ପଦ୍ମପୁର – ପଦ୍ମପୁର ଶାନ୍ତି ନଗର ନିବାସୀ ତଥା ଲକ୍ଷ୍ମୀ ନାରାୟଣ ମନ୍ଦିରର ପୂର୍ବତନ ପୂଜକ ସୂର୍ଯ୍ୟ ନାରାୟଣ ନନ୍ଦ ଙ୍କ ୬୦ ବର୍ଷ ବୟସରେ ଦେହାନ୍ତ ହୋଇଯାଉଛି। ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନୁର୍ଗତ କୁଲିଆରୀ ଗ୍ରାମର ସୂର୍ଯ୍ୟ ନାରାୟଣ ନନ୍ଦ ଗତ ବହୁ ବର୍ଷ ରୁ ପଦ୍ମପୁର ସହରରେ ରହି ଆସିବା ସହ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଦୀର୍ଘଦିନରୁ ସେ କିଡନୀ ରୋଗରେ ପୀଡ଼ିତ ଥିଲେ ତେବେ ଗତ ମଙ୍ଗଳବାର ରାତି ପ୍ରାୟ ୧ ଟା ସମୟ ରେ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା ।

ସେ ଜଣେ ପରୋପକାରୀ, ଧର୍ମପରାୟଣ ଓ ଅମାୟିକ ବ୍ୟକ୍ତିତ୍ଵ ଭାବରେ ଅଞ୍ଚଳ ବାସୀଙ୍କ ପ୍ରିୟପାତ୍ର ଥିଲେ । ଦୀର୍ଘ ୧୦ ବର୍ଷ ହେବ ପଦ୍ମପୁର ରାଧାକୃଷ୍ଣ ମନ୍ଦିର ଓ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପଦ୍ମପୁର ସ୍ଥିତ ବାସଭବନରେ ପଦ୍ମପୁର ବ୍ରାହ୍ମଣ ସମାଜର ସଦସ୍ୟ ଙ୍କ ସହ ଶାନ୍ତିନଗର ପଡାବାସୀ ତଥା ରାଧାମାଧବ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତି କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ପରେ ତାଙ୍କ ମର ଶରୀରକୁ ନିଜ ଜନ୍ମ ମାଟି କୁଲିଆରୀ ଗ୍ରାମକୁ ନିଆ ଯାଉଥିଲା ସେଠାରେ ତାଙ୍କ ବନ୍ଧୁବର୍ଗ ଏବଂ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିସାରିବା ପରେ ଗ୍ରାମ ଶ୍ମସାନରେ ଅନ୍ତିମ ସଂସ୍କାର କରିଥିବା ବେଳେ ଜୈଷ୍ଠ ପୁତ୍ର ଉଦିତ ନାରାୟଣ ନନ୍ଦ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ଅନ୍ତେ ତାଙ୍କ ପତ୍ନୀ , ବୋହୁ ଏବଂ ଦୁଇ ପୁଅ ଉଦିତ ଓ ଉଦୟଙ୍କୁ ଛାଡି ଚାଲିଯାଇଛନ୍ତି।

error: Content is protected !!