Saturday, March 7, 2026
Homeଅଘଟଣପରଲୋକରେ ଯଶଦେବ ସିଂ ।

ପରଲୋକରେ ଯଶଦେବ ସିଂ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଯଶଦେବ ସିଂଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ୧୫ ବର୍ଷ ଧରି ଗାଁର ୱାର୍ଡମେମ୍ବର ଭାବେ କାର୍ଯ୍ୟ କରିବା ସହିତ ଗାଁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଲୋକଙ୍କ ସୁବିଧା ଅସୁବିଧାରେ ସକ୍ରିୟ ସହଯୋଗ କରି ଆସୁଥିଲେ।

ସେ ଏକାଧାରରେ ଜଣେ ସମାଜସେବୀ, ଭାଗବତପ୍ରେମୀ ତଥା ହିତୈଷୀ ଲୋକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି। ତାଙ୍କ ଅନ୍ତେ ସ୍ତ୍ରୀ ସାବିତ୍ରୀ ସିଂ, ଦୁଇପୁତ୍ର ଡୋଳାମଣି ସିଂ,ଚିନ୍ତାମଣି ସିଂ, ଦୁଇ ପୁତ୍ରବଧୁ ସୁଜାତା ଓ କୌଶଲ୍ୟା ତଥା ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି ।ବଡ଼ପୁଅ ଡୋଳାମଣି ସିଂ ମୁଖାଗ୍ନି ଦେଇଥିଲେ। ଗାଁରେ ତାଙ୍କ ବିୟୋଗରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

error: Content is protected !!