ପଦ୍ମପୁର-ସ୍ଥାନୀୟ ବ୍ରାହ୍ମଣ ପଡା ନିବାସୀ ଅବସରପ୍ରାପ୍ତ ଶିକ୍ଷା ବିଭାଗ ର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶଙ୍କ ୭୮ ବର୍ଷ ବୟସରେ ସୋମବାର ଦିନ ପରଲୋକ ଘଟିଯାଇଛି । ପଦ୍ମପୁର ଶିକ୍ଷାବିଭାଗର ବରିଷ୍ଠ କିରାଣୀ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ଚାକିରୀ କାଳରେ ସମସ୍ତ ସହକର୍ମୀଙ୍କୁ ମିଷ୍ଠଭାଷୀ ସହିତ ସ୍ନେହ ଶ୍ରର୍ଦ୍ଧା ସହିତ କାର୍ଯ୍ୟ ସମ୍ପାଦନ କରୁଥିଲେ ।

ସେ ଜଣେ ଲୋକାଭିମୁଖୀ ବ୍ୟକ୍ତି ଭାବରେ ପରିଚିତ ହୋଇଥିଲେ । ସେ ତାଙ୍କ ପଛରେ ସ୍ତ୍ରୀ ସନ୍ତୋଷିନୀ,ପୁଅ ଅନନ୍ତ,ଅଜିତ,ପୁତ୍ରବାଧୁ,ଦୁଇ ଝିଅ ଜ୍ୱାଇଁ,ନାତି ନାତୁଣୀ ଙ୍କୁ ଛାଡ଼ିଯାଇଛନ୍ତି ।ତାଙ୍କର ଅନ୍ତେଷ୍ଟିକ୍ରିୟା ଶୋଭାଯାତ୍ରା ରେ ପଦ୍ମପୁରର ସତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ବଡ଼ପୁଅ ଅନନ୍ତ ମୁଖାଗ୍ନି ଦେଇଥିଲେ ।


