Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପରମାନନ୍ଦପୁର ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପରମାନନ୍ଦପୁର ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ପରମାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।  ଆଞ୍ଚଳିକ ସାଧନା ସଂଯୋଜକ ପ୍ରଶାନ୍ତ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଦଘାଟନୀ ଉତ୍ସବରେ ଶ୍ରୀବତ୍ସ ଶାସ୍ତ୍ରୀ ଅବସରପ୍ରାପ୍ତ ପ୍ରାଧ୍ୟାପକ ମତିଲାଲ ନେହେରୁ କଲେଜ ଦିଲ୍ଲୀ,ବରିଷ୍ଠ ନାଗରିକ ରାଧେଶ୍ୟାମ ଭୋଇ,ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ସ୍କୁଲରୁ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଚିତ୍ରାଙ୍କନ,ହସ୍ତାକ୍ଷର,ବିତର୍କ, ସୃଜନିଶୀଳ ଲିଖନ, ପ୍ରବନ୍ଧ,ସଙ୍ଗୀତ, ବକ୍ତୃତା, କ୍ୱିଜ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ସମାଜସେବୀ ସୁଶାନ୍ତ ପଣ୍ଡା,ବରିଷ୍ଠ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମିଶ୍ର,ସୁଦର୍ଶନ ବାରିକ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବରିହା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ବୋଲି ମତ ପ୍ରକାଶ କରିବା ସହ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ପ୍ରତିଭାର ଅଧିକାରୀ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଶ୍ରୀଯୁକ୍ତ ନବୀନ ବରିହା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ଦୀପ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!