Thursday, May 22, 2025
spot_imgspot_imgspot_img
Homeଅଘଟଣପରମାନନ୍ଦପୁର ଗ୍ରାମର ଗୌନ୍ତିଆ ବିବତ୍ସ ବଢ଼େଇଙ୍କ ପରଲୋକ।

ପରମାନନ୍ଦପୁର ଗ୍ରାମର ଗୌନ୍ତିଆ ବିବତ୍ସ ବଢ଼େଇଙ୍କ ପରଲୋକ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ କଟାବାହାଲ ଗ୍ରାମପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଗୌନ୍ତିଆ ତଥା ଧର୍ମପରାୟଣ ବ୍ୟକ୍ତି ବିବତ୍ସ ବଢେଇ ୭୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଆଜି ସକାଳ ୮ ଟା ସମୟରେ ବରପାଲି ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରେ ତାଙ୍କ ମର ଶରୀରକୁ ନିଜ ଭିଟାମାଟି ପରମାନନ୍ଦପୁର ଗ୍ରାମକୁ ଅଣାଯାଇଥିଲା । ସ୍ଵର୍ଗତ ବଢେଇ ଜଣେ ପରୋପକାରୀ, ମିଷ୍ଟଭାଷୀ,ସମାଜସେବୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ I

ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ଯୋଗେଶ,ପୁତ୍ର ବଧୁ ଜିନି,ସାନ ଭାଇ ଶ୍ରୀବତ୍ସ,ଚନ୍ଦ୍ରଭାନୁ,ପୁତୁରା ସିଦ୍ଧାର୍ଥ, ସୌମ୍ୟ,ଝିଅ ପିଙ୍କି,ଜ୍ବାଇଁ ପ୍ରମୋଦ ଏବଂ ନାତି,ନାତୁଣୀ ବନ୍ଧୁ ବାନ୍ଧବ ଓ ବଢେଇ ପରିବାର ବର୍ଗ ଉପସ୍ଥିତ ଥିଲେ I

ତାଙ୍କ ମୃତ୍ୟୁ ଖବର ଶୁଣି ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ବିବତ୍ସଙ୍କ ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ I ତାଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା I ପୁଅ ଯୋଗେଶ ବଢେଇ ମୁଖାଗ୍ନି ଦେଇଥିଲେ I

error: Content is protected !!