Thursday, November 21, 2024
spot_imgspot_imgspot_img
Homeସମ୍ପାଦକୀୟପରମାତ୍ମା......

ପରମାତ୍ମା……

ହେ ପ୍ରଭୁ ତୋର୍ କୁର୍‌ପା ଆଏ………………………….
ଛୁଆବେଲୁ ଆମର ବଡବଡଖା ଆଉ ମାଏନ୍‌ତା ଗୁଇନ୍ତା ଲୁକର ନୁ ଶୁନି ଆସୁଛୁଁ ଆଉ ତାର କୁର୍ପା ନୁ ଟିକେ ଆଧେ ଲେଖିପଢି ଜାନଲା ଦିନୁ ପଢିଛୁଁ ବି , ପୁରାଣ ମାନେ ତ ଗୁରଦୁ ଟେ ଅଛେ ହେଲେ ସେ ଭିତରେ କିନି ମହାପୁରାଣ ବଲବାରଟା ଅଠର ଖଣ୍ ଅଛେ । ଘାଏକର ଲାଗି ଭାବଲେ ସତେ ଏତକି ଟେ ପୁରାଣ ଅଛେ କାଏଁ ବାଗିର ଲାଗସି । ବାକି ସେ ଉପର୍ ବାଲାର୍ କୃପା ଥିନ୍ ମୁନି ଋଷିମାନେ ଲେଖିଛନ୍‌ ପୁରାଣ୍ କେ । ଇ ଯେନ୍ ଅଠର ଟା ମହାପୁରାଣ୍ ଅଛେ ସେଟା ପୁରାଣ୍ କଥା ଆଉ ଇ ଯୁଗେ ଯୁଗେ ଦୁନିଆଁ ଥି ଯାହା ଘଟିଯାଇଛେ ତାହାକେ ନେଇକରି ଲେଖାହେଇଛେ । ପୁରାଣ ମାନକର୍ ଭିତରେ ଯେନ୍ ଅଠର ଟା ମହାପୁରାଣ୍ ଅଛେ ସେଟାମାନେ ହେଲା ବ୍ରହ୍ମପୁରାଣ୍ , ପଦ୍ମପୁରାଣ୍ , ବିଷ୍ଣ ପୁରାଣ୍ , ଶିବ ପୁରାଣ୍ , ଭାଗବତ୍‌ ପୁରାଣ୍ , ନାରଦ୍ ପୁରାଣ୍ , ମାରକଣ୍ଡ ପୁରାଣ୍ , ଅଗ୍ନି ପୁରାଣ୍ , ଭବିଷ୍ୟ ପୁରାଣ୍ , ବାମନ୍ ପୁରାଣ୍ , ବ୍ରହ୍ମବୈବର୍ତ ପୁରାଣ୍ , ଲିଙ୍ଗ ପୁରାଣ୍ , ବରାହ ପୁରାଣ୍ , ସ୍କନ୍ଦ ପୁରାଣ୍ , କୁର୍ମ ପୁରାଣ୍ , ମତ୍ସ୍ୟ ପୁରାଣ୍ , ଗରୁଡ୍‌ ପୁରାଣ୍ ଆଉ ଶେଷ କେ ହେଲା ବ୍ରହ୍ମାଣ୍ଡ ପୁରାଣ୍ । ଇଟା ଅଠର ଟା ମହାପୁରାଣ କେ ନେଇ କରି ହେଇଛେ ବଲି ଇତାକେ ଅଷ୍ଟା ଦଶ ମହାପୁରାଣ ବି କହେସନ୍ । ଜ୍ୟୋତିଷ ଗଣିତ ଶାସ୍ତ୍ର , ପୁଥି ପୁରାଣ୍ ର କଥା , ପୁରାଣ୍ ଥି ଜେନ୍‌ମାନେ ଅଛନ୍ ତାକର୍ ବଂଶର୍ କଥା , ଭୂଗୋଳିକ୍ କଥା , ଋଷିମୁନିର କଥା ମାନକେ ନେଇକରି ଗୁର୍‌ଦୁଟେ କଥା ମହାପୁରାଣ୍ ଥିନ୍ ଲେଖା ଅଛେ ।

ବ୍ରହ୍ମ ପୁରାଣ୍ ଟା ୧୦ ହଜାର ଶ୍ଲୋକ , ପଦ୍ମ ପୁରାଣ୍ ୫୫ ହଜାର , ବିଷ୍ଣ ପୁରାଣ୍ ୨୩ ହଜାର , ଶିବ ପୁରାଣ୍ ୨୪ ହଜାର , ଭାଗବତ୍ ପୁରାଣ୍ ୧୮ ହଜାର , ନାରଦ୍ ପୁରାଣ୍ ୨୫ ହଜାର୍ , ମାରକଣ୍ଡ ପୁରାଣ୍ ୯ ହଜାର , ଅଗ୍ନି ପୁରାଣ୍ ୧୫ହଜାର୍ ୪ ଶହ , ଭବିଷ୍ୟ ପୁରାଣ୍ ୧୪ ହଜାର ୫ ଶହ , ବାମନ୍ ପୁରାଣ୍ ୧୦ ହଜାର , ବ୍ରହ୍ମବୈବର୍ତ ପୁରାଣ୍ ୧୮ ହଜାର୍ , ଲିଙ୍ଗ ପୁରାଣ୍ ୧୧ ହଜାର , ବରାହ ପୁରାଣ୍ ୨୪ ହଜାର୍ , ସ୍କନ୍ଦ ପୁରାଣ୍ ୮୧ ହଜାର , କୁର୍ମ ପୁରାଣ୍ ୧୭ ହଜାର , ମତ୍ସ୍ୟ ପୁରାଣ୍ ୧୪ ହଜାର୍ , ଗରୁଡ୍ ପୁରାଣ ୧୯ ହଜାର୍ ଆଉ ବ୍ରହ୍ମାଣ୍ଡ ପୁରାଣ୍ ଥିନ୍ ୧୨ ହଜାର ଶ୍ଲୋକ ଅଛେ । ଅତୀତର ଇତିହାସରେ ଯେନ୍ ଆମର ହିନ୍ଦୁ ଧର୍ମ ଗ୍ରନ୍ଥ ମାନେ ଲେଖା ହେଇଛେ ଇଟା ଗୁଟେ ଗୁଟେ ତାର ଭାଗ ଆଏ । ଆମର ଭାଗବତ ମହାପୁରାଣ୍ ରେ ଭଗବାନ ବିଷ୍ଣର ଜନମ୍ ଆଘୋନୁ ନେଇ କରି ସବୁକିଛି ଲେଖା ହେଇଛେ ସେଥି । ଭାଗବତ ଯେ ପଢୁଛେ , ଶୁନୁଛେ ଆଉ ଶୁନଉଛେ ତାର ଜୀବନ୍ ଟା ଉଦ୍ଧାର ଆଏ । ସେ ପରମ୍ ବ୍ରହ୍ମ ପରମାତ୍ମା ତାହାକେ ସବୁ ପାପ୍ ନୁ ମୁକ୍ତି ଦେଇଦେସନ୍ । ଇ ପୁରାଣ ର ଏତେ ଦଇବିକ୍ ଗୁଣ୍ ଅଛେ ଯେ , ଯେକେହି ବି ପଢୁଛେ କି ଶୁନୁଛେ ତାର୍ ଆଚାର୍ , ବେଭାର , ଅନ୍ତର ମନ୍ ରେ ପୁଣ୍ୟ ଉଦୟ ହେଇ ଯାଏସି । ଭାଗବତ୍ ମହାପୁରାଣ୍ ବଲବାରଟା ୧୨ ଖଣ୍ ବହି ଆଏ ଇଥିର୍ ଲାଗି ଇତାକେ ଦ୍ୱାଦଶ ସ୍କନ୍ଦ ଭି କହେସନ୍ । ଇଟା ଆମକୁ ଧରମ୍ ର ପାଠ୍ ଭି ପଢାସି ଆଉ ବାଟ୍ ଦେଖାସି ।

ଯେ ପରମାତ୍ମା ଉପରେ ଭାବ ରଖିଛେ ସେ କେଭେ ବାଟ୍ ନି ହଯେ । ଇ ସଂସାରର୍ ପାଲନ୍ ହାର୍ ଜଗତ୍ ର ସ୍ୱାମି ତାର୍ ହିଁ ଇ ସଂସାର୍ ଆଏ ଆଉ ସଭେ ତାର୍ ଭିତରେ ଅନ୍ତର୍ନିହିତ୍ ଆନ୍ । ସେ ପାଲନ୍ ହାର୍ କେ ଭିନ୍ ଭିନ୍ ନାଁ ଥି ଲୋକ୍‌ ଡାକ୍‌ଶନ୍ ସେଟା ରାମ , ହରି , କୃଷ୍ଣ , ଅଚ୍ୟୁତ , ଗୋପାଲ ଯେ ଜନେ୍ ନାଁ ଥି ଡାକଲା ସେନ ସେ ନାଁ ଥି ପୂଜା ପାଏଲା । ଯେତେ ବି ପୁରାଣ୍ ପୋଥି ଅଛେ ସେଥି କୁହାହେଇଛେ ଯେ ପରମାତ୍ମା ର୍ ଜାଗା ଟା ପରମ୍ ଉଁଚା ଆଏ । ସେ ପ୍ରଭୁ ନାରାୟଣ୍ ସବୁ ମନ୍ ଥି ରହେସି । ଋଷି ମୁନି ମାନେ କହିଯାଇଛନ୍ ଯେ ଆତ୍ମା ଆଉ ପରମାତ୍ମା ଦୁହିଲୁକ ଗୁଟେ ଆନ୍ ଆଉ କିହେ କାହାର୍ ନୁ ଅଲଗା ନୁହେଁ ସେ । ସେ ଦୁହିଜଣ ଆମର୍ ମନ୍ ଭିତରେ ରହେସନ୍ , ହେଲେ ସେଥୁ ଜଣେକର୍ ସୀମା ନିନ ଆଉ ଜଣେ ତାର୍ ଛୋଟ ଅଂଶ ଆଏ । ସତ୍‌, ଧରମ୍ , ଦୟା , କ୍ଷମା , ଶାନ୍ତି ଗୁଣ୍ ଥିନ୍ ସେ ନାରାୟଣ୍ ବନ୍ଧା ଆଏ , ଆଉ ଇ ସବୁ ଗୁନ୍ ଯାହାର୍ ନ ଅଛେ ତାହାକେ ଭଗବତ୍ ପ୍ରାପତ୍ ହେସି । ଜୀବ ସତ୍‌ତା ବିଦ୍ୟା ଥି ଇଟା ସିଖବାର୍ କେ ମିଲ୍‌ସି ଯେ ସେ ଭଗବାନ୍ ର ଜାଗା କେ କିହେ ଆକଲନ୍ ବି କରିନିପାରେ । ଗୁଟେ ଶବଦ୍ ଅଛେ “ସର୍ବୋପରି” ତାର୍ ମାନେ ହେଲା ସବୁ ତାର୍ ଆଏ ଆଉ ସେ ସବୁ ଆଏ । ତାହାକେ କିହେ କାଟିକରି ଆଘାଡକେ ଯାଇନିପାରେ । ଆଉ ଉପନିଷଦ୍ ବଲି ଯେନ୍ ଅଛେ ସେଥି ଲେଖା ହେଇଛେ ସେ ପରମାତ୍ମା ନୁ ବଡ୍ ଇ ଜଗତରେ୍ କିହେ ନିନ । ସେ ସବୁଥିର୍ ମୂଲ୍ ଆଏ ଆଉ ସେ ହିଁ ଶେଷ । କଥା ଥି ଅଛେ “ କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ “ ।
ରାଧେ ରାଧେ………………………………..

ଶ୍ରୀମତୀ ତାରିଣି ବହିଦାର ,ପଦ୍ମପୁର,ମୋ-୯୩୪୮୯୯୨୫୯୭

error: Content is protected !!