Saturday, March 7, 2026
Homeଅଘଟଣପବିତ୍ର ମୋହନ ପାଢୀଙ୍କ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ।

ପବିତ୍ର ମୋହନ ପାଢୀଙ୍କ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ।

ବରଗଡ-ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀଙ୍କ ଭୁବନେଶ୍ବର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଗତ ତାରିଖ ଗତ ମେ ୧୩ ତାରିଖ ଦିନ ସକାଳେ ମର୍ଣ୍ଣିଂ ୱାକ୍ ଯାଇଥିଲେ । ତାଙ୍କୁ ପଛପଟୁ ଏକ ବୁଲେଟ ବାଇକ ଅତାବିରା ଲାଦେରପାଲି ନିକଟରେ ଧକ୍କା ଦେଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ପଛରେ ବିଧବା ପତ୍ନୀ ହରିତା ପାଢ଼ୀ, ପୁଅ ପ୍ରିତମ, ଝିଅ ପ୍ରିୟାଂଶି ଛାଡି ଯାଇଛନ୍ତି। ସ୍ଵର୍ଗତ ପାଢୀ ମେଳାପୀ, ପରୋପକାରୀ, ସ୍ଵଷ୍ଟବାଦୀ ଅଫିସର ଜନସାଧାରଣ ସୁବିଧା ଓ ଅସୁବିଧା ବୁଝୁଥିଲେ।

ସେ ଲଇଡା ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଥିଲେ । ଗତ ୭/୮ ବର୍ଷ ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଦାଇତ୍ବ ତୁଲାଇ ଆସୁଥିଲେ। ସ୍ଵର୍ଗତ ପାଢୀ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ନିଜ ଘର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ତଲିବାହାଲ ଗ୍ରାମରେ ତାଙ୍କର ଆତ୍ମିୟ ସ୍ଵଜନ, ବନ୍ଧୁ ବାନ୍ଧବ ମାନେ ଶବ ସତ୍କାର ତାଙ୍କର ଗ୍ରାମକୁ ନେଇଛନ୍ତି। ଶ୍ରୀ ପାଢୀ ବାବୁ ବିୟୋଗରେ ଥୁଆପାଲି ବିଦ୍ୟୁତ ବିଭାଗର କମର୍ସିଆଲ ଜେଇ ଆଶୁତୋଷ ସେଠୀ ଓ ବିଦ୍ୟୁତ ବିଭାଗ ର ସମସ୍ତ କର୍ମଚାରୀ, ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

error: Content is protected !!