Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପବିତ୍ର ଦୀପାବଳି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ।

ପବିତ୍ର ଦୀପାବଳି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ।

ଗାଇସିଲେଟ-ପବିତ୍ର ଦୀପାବଳି ଓ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନିର୍ବାଣ ଦିବସ ଅବସରରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଓଁ ଧ୍ଵଜା ଉତ୍ତୋଳନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏହି ଯଜ୍ଞ ପୀଠ ପାଇଁ ଭୂମି ଦାନ କରିଥିବା ସ୍ବର୍ଗତ ଆଚାର୍ଯ୍ୟ ବାବୁଲାଲ ଙ୍କ ପୁଣ୍ୟ ତିଥି ପାଳନ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ସ୍ବାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ,ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ କୃଷ୍ନଦେବ ଶାସ୍ତ୍ରୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଆଚାର୍ଯ୍ୟ ତ୍ରିନାଥ ପ୍ରାଧ୍ୟାପକ ସଂସ୍କୃତ ମହାବିଦ୍ୟାଳୟ କ୍ରିଠଲ ଉତ୍ତର ପ୍ରଦେଶ,ଆଚାର୍ଯ୍ୟ ଭରତ ଶାସ୍ତ୍ରୀ ପ୍ରାଧ୍ୟାପକ ଶ୍ରୀ ଗୋବର୍ଦ୍ଧନ ସଂସ୍କୃତ ମହାବିଦ୍ୟାଳୟ ଖଡ଼ଗଦା, ଡୁଙ୍ଗରପୁର ରାଜସ୍ଥାନ, ଆଚାର୍ଯ୍ୟ ବୃହସ୍ପତି ନବପ୍ରଭାତ ଆଶ୍ରମ, ସୁରେଶ ମୁନି,ସଚେତନ ମୁନି, ରବି ନାଗ,ପରାୟଣ ଗାୟିକା ଅମିତା ବାରିକ,ଲିଲି ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଆଚାର୍ଯ୍ୟ ଭରତ ଶାସ୍ତ୍ରୀ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ବୃହସ୍ପତି ଯଜ୍ଞ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବରେ ଶ୍ରୀଯୁକ୍ତ ନବୀନ ପଧାନ ଏବଂ ତାଙ୍କ ପତ୍ନୀ ଭଗବତୀ ପଧାନ ଯୋଗ ଦେଇଥିଲେ । ଏଠାରେ ଯଜ୍ଞ,ଭଜନ,ପ୍ରବଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରାୟଣ ଗାୟିକା ଅମିତା ବାରିକ ସୁନ୍ଦର ସୁନ୍ଦର ଭଜନ ପରିବେଷଣ କରିଥବା ବେଳେ ଆଖ ପାଖ ଅଞ୍ଚଳ ରୁ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇ ଅଞ୍ଚଳ ର ତଥା ବିଶ୍ଵ ର ମଙ୍ଗଳ କାମନା କରି ଯଜ୍ଞ ରେ ଆହୁତି ପ୍ରଦାନ କରିଥିଲେ ।

ତେବେ ଏହି ପବିତ୍ର ଉତ୍ସବ ରେ ଆର୍ଯ୍ୟ ପ୍ରବଚକ ସ୍ବାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ କୃଷ୍ନଦେବ ଶାସ୍ତ୍ରୀ, ଆଚାର୍ଯ୍ୟ ବୃହସ୍ପତି,ଭରତ ଶାସ୍ତ୍ରୀ ଏବଂ ଉପସ୍ଥିତ ଅନ୍ୟ ଅତିଥି ତଥା ପ୍ରବଚକ ରବି ନାଗ ନିଜ ନିଜ ର ସୁନ୍ଦର୍ ମତାମତ ରଖିଥିଲେ । ବର୍ତମାନ ସାମାଜ ର ସ୍ଥିତି କୁ ଆଖି ଆଗରେ ରଖି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତା ଚେତନା କୁ ଜାଗ୍ରତ କରିବା ପାଇଁ ହେଲେ ଏଭଳି ସବୁ କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ରେ ଆହୁରି ଅଧିକ ମାତ୍ରା ରେ କରିବା ପାଇଁ ଅନୁରୋଧ କରିଥିଲେ ଯାହା ଫଳ ରେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।

ଦୀର୍ଘ ୨ ବର୍ଷ ହେବ ଏଠାରେ ସଂକ୍ରାନ୍ତି ପାଳନ ଅବସରରେ ବୈଦିକ ଯଜ୍ଞ କରି ଆସୁଥିବାରୁ ଆଗାମୀ ଦିନରେ ଏଠାରେ କୁନି କୁନି ପିଲା ମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷ୍ୟା ଦେବା ପାଇଁ ବାବୁଲାଲ ଶାସ୍ତ୍ରୀ ସମିତି କୁ ୧୨ ଡିସିମିଲ ଭୂମି ଦାନ କରିଥିଲେ । ତେଣୁ ସ୍ବର୍ଗତ ଆଚାର୍ଯ୍ୟ ବାବୁଲାଲ ଙ୍କ ସ୍ମୃତି ପାଇଁ ଏବଂ ଏହି ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନର ବୃଦ୍ଧି ପାଇଁ ଆହୁରି ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମିତିର ସଭାପତି ଶ୍ରୀଯୁକ୍ତ ଦେବରାଜ ବେହେରା ପ୍ରକାଶ କରିଥିଲେ ।

ଯଜ୍ଞ କାର୍ଯ୍ୟ ସମ୍ପନ୍ନ ପରେ ଉପସ୍ଥିତ ସମସ୍ତ ଭକ୍ତ ମାନେ ପ୍ରସାଦ ସେବନ କରିଥିବା ବେଳେ ପରମାନନ୍ଦପୁର ଗ୍ରାମର ଯୁବକ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ହୋଇଥିବା ସମସ୍ତ ଖର୍ଚ୍ଚ ପାଇଁ ସୁଦୂର ଆମେରିକାରୁ ଭଗତ ସିଂ ଆର୍ଯ୍ୟ ଆର୍ଥିକ ସହାୟତା ଦେଇଥିବା ବେଳେ ସମିତି ର ସଦସ୍ୟ ଡିଲେଶ୍ୱର ବଢେଇ ଓ ସମ୍ପାଦକ ଗାର୍ଗବ ବଢେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!