ବରପାଲି-ବରପାଲି ଗଙ୍ଗାଧର କ୍ଲବ ପରିସରରେ ପ୍ରଖ୍ୟାତ ବାନ୍ଧ ଶିଳ୍ପୀ ତଥା ସମ୍ବଲପୁରୀ ବୟନ କଳାର ପ୍ରବାଦ ପୁରୁଷ ପଦ୍ମଶ୍ରୀ, ଶିଳ୍ପଗୁରୁ କୁଞ୍ଜ ବିହାରୀ ମେହେରଙ୍କ ଷୋଡଶତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପ୍ରତିଷ୍ଠିତ ବାନ୍ଧକଳାର ସଂଗ୍ରହାଳୟ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ପକ୍ଷରୁ ଆୟୋଜିତ ଶ୍ରାଦ୍ଧ ସଭାରେ ଅନୁଷ୍ଠାନ ସଭାପତି ଡ଼. ରବୀନ୍ଦ୍ର କୁମାର ଗଡ଼ତିଆଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା l
ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ ଡ଼. ଶୁକମୁନି ମେହେର l ମୁଖ୍ୟ ଅତିଥି ଭାବରେ ତହସିଲଦାର ରୁକ୍ମଣ କୁମାର ମେହେର ଏବଂ ମୁଖ୍ୟବକ୍ତା ଭାବରେ ଯତୀନ୍ଦ୍ର କୁମାର ସାହୁ, ଅଧ୍ୟାପକ, ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ଯୋଗ ଦେଇ ଶିଳ୍ପଗୁରୁ ଶ୍ରୀ ମେହେରଙ୍କ କୃତିତ୍ୱ ଉପରେ ସ୍ମୃତିଚାରଣ କରିଥିଲେ l ଅନୁଷ୍ଠାନ ମେନେଜିଙ୍ଗ ଟ୍ରଷ୍ଟି, ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ତାଙ୍କ ପିତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗଙ୍ଗାଧର ମେହେର ମହିଳା ସଙ୍ଘର ସଦସ୍ୟା ମାନେ ପରିବେଷଣ କରିଥିଲେ l
ଶେଷରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ, ବିଶିଷ୍ଟ ସଂଗୀତ ନିର୍ଦେଶକ ବୀରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥଲେ l ଏହି କାର୍ଯ୍ୟକ୍ରମକୁ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।