ପଦ୍ମପୁର-ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳିତ ହୋଇ ଯାଇଛି । ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆଙ୍କ ଜନ୍ମ ଦିନ । ସୁଶ୍ରୀ ଜିତେଶ୍ବରୀ ଦାଶଙ୍କ ସଭାପତିତ୍ବରେ ଓ ସମ୍ପାଦକ ରାଜେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ ସ୍ଥାନୀୟ ମେହେର ଧର୍ମଶାଳାରେ ଏହି କାର୍ଯ୍ୟକ୍ରମ ମହା ଆଡ଼ମ୍ବରେ ପାଳନ କରା ଯାଇଛି ।ଉତ୍କଳମଣି ଗୋପବନ୍ଧୁ ମହା ବିଦ୍ୟାଳୟ ଖମାର ଅନୁଗୁଳ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡ଼ିଶାର ଅସ୍ମିତା ର ରୁପକାର ବୋଲି ସେ କହି ଥିଲେ । ଗୌନ୍ତିଆ ଙ୍କର ଅନେକ ଅଭୁଲା ଗୀତ ଗାଇ ଶ୍ରୋତା ଙ୍କର ମନ ମୋହି ନେଇଥିଲେ । ଅନ୍ୟ ତମ ଆଲୋଚକ ଶ୍ରୀ ସନ୍ତୋଷ ସିଂହ ଠାକୁର ମଧ୍ୟ ତାଙ୍କର ସାହିତ୍ୟ ର ଭୁରିୟସୀ ପ୍ରଶଂସା କରିଥିଲେ । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ. ଶ୍ରୀ ଯୁକ୍ତ ଯଶୋବନ୍ତ ବିଶ୍ୱାଳ ଡ଼ ଅବନି କାନ୍ତ ସାହୁ ଶେଷ ଦେବ ମେହେର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀମତୀ ସ୍ବର୍ଣ୍ଣକାନ୍ତି ପତିଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା । ଆଖଣ୍ଡଳ ଦାଶ ନରୋତ୍ତମଃ ଦାଶ ସୁରେଶ ଚୌହାନ ପ୍ରତିମା ବାରିକ ଡ଼ ଅବନୀ କାନ୍ତ ସାହୁ ଭୋଜରାଜ ବୁଡ଼େକ ପ୍ରମୁଖ କବି ମାନେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସୁରେଶ ଚୌହାନ ଙ୍କ କୋଶଲ ଇତିହାସ ପୁସ୍ତକ ମୁଖ୍ୟବକ୍ତା ତଥା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଥିଲା । କରୁଣା କର ମେହେର ହରିବୋଲ ମେହେର ରଘୁନାଥ ପୁରୀ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦାନ କରି ଥିଲେ ଶେଷରେ ଶ୍ରୀ ଆଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ ।