Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବରପାଲି-ବରପାଲିର ସମ୍ବଲପୁରୀ ବାନ୍ଧ କଳାର ପ୍ରବାଦ ପୁରୁଷ ପଦ୍ମଶ୍ରୀ, ଶିଳ୍ପଗୁରୁ କୁଞ୍ଜ ବିହାରୀ ମେହେରଙ୍କ ଷଷ୍ଠଦଶ ତମ ଶ୍ରାଦ୍ଧଦିବସ ପାଳନ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାଭାରତୀ ଟ୍ରଷ୍ଟ ମ୍ୟୁଜିଅମ ପରିସରରେ ଟ୍ରଷ୍ଟ ସଭାପତି ଡ଼. ରବୀନ୍ଦ୍ର କୁମାର ଗଡତିଆଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ଯ ପରିଚାଳିତ ହୋଇଥିଲା।

ଅନୁଷ୍ଠାନ ମେନେଜିଙ୍ଗ ଟ୍ରଷ୍ଟି, ଡ଼. ସୁରେନ୍ଦ୍ର ମେହେର ସ୍ବାଗତ ଜଣାଇବା ସହ ଶ୍ରାଦ୍ଧତ୍ସବର ଆୟୋଜନ ଉପରେ ଅବଗତ କରିଥିଲେ। ଏହି ଅବସରରେ ଉପସ୍ଥିତ ସମ୍ପାଦକ ଡ଼. ଶୁକମୁନି ମେହେର, ଟ୍ରଷ୍ଟି ହରିଚରଣ ଖଟୁଆ, ବୀରେନ୍ଦ୍ର ନାଥ ନାଗ,ମହେନ୍ଦ୍ର କୁମାର ମେହେର, ଗଦାଧର ସିଂହ, ଟେରାକୋଟା ଶିଳ୍ପୀ ମନବୋଧ ରଣା, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ନବକିଶୋର ମେହେର,ତନ୍ମୟ ମେହେର ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଆଗାମି ୩୦ତାରିଖ ଶ୍ରାଦ୍ଧତ୍ସବ ସହ ସଭାକାର୍ଯ୍ଯ ଆୟୋଜନ ସମ୍ପର୍କିତ ଆଲୋଚନା ସହ ସିଦ୍ଧାନ୍ତ ନିଆଯାଇଥିଲା।

error: Content is protected !!