ପଦ୍ମପୁର – ପଦ୍ମପୁର ଏନ୍.ଏ.ସି ର ସାଧାରଣ ମୌଳିକ ସମସ୍ୟା ସମାଧାନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ଟଙ୍କଧର ସାହୁଙ୍କ ନେତୃତ୍ୱରେ ସୋମବାର ଶତାଧିକ କଂଗ୍ରେସ କର୍ମୀ ଓ ନେତା କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପଦ୍ମପୁର ଉପ-ଜିଲ୍ଲାପାଳ ସ୍ନେହାଅରଗୁଲା ଙ୍କୁ ୧୯ ଦଫା ଦାବୀପତ୍ର ପ୍ରଦାନ କରିଥିଲେ ।

ସେମାନଙ୍କ ଦାବୀ ରହିଥିଲା କି ପଦ୍ମପୁର ସହରର ପରିଷ୍କାର ପରିଚ୍ଛନତା,ସହରରେ ପକ୍କା ସଡକ ନିର୍ମାଣ,ସହରରେ ଆଲୋକିକରଣ,ପଦ୍ମପୁର ସହରର ଆଥୋଲେଟିକ ଆସୋସିଏସନର ପୁନର୍ଗଠନ,ଅଶୋକ ପଡିଆର ରକ୍ଷଣା ବେକ୍ଷଣ ତଥା ସହରର ଅନ୍ୟାନ୍ୟ ମୌଳିକ ସୁବିଧା ବିଷୟରେ ଦାବୀ ରଖିଥିଲେ ।

ଏହି ଦାବୀପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଏଆଇସିସି ପର୍ଯ୍ୟବେକ୍ଷକ ଡ. ବିନୟ ଜୟସ୍ୱାଲ,ବରିଷ୍ଠ ନେତା ଗଣେଷ ସାହୁ,ମୁଜାଫର ହୁସେନ,ଗଜେନ୍ଦ୍ର ଶର୍ମା,ନେହେରୁ ତ୍ରିପାଠୀ,ଦିଲ୍ଲିପ ଦାନୀ,ମହେନ୍ଦ୍ର ଖୁଣ୍ଟିଆ, ବିଜୟାନନ୍ଦ ପଟ୍ଟନାୟକ,ସନ୍ତୋଷ ଶତପଥି,ପ୍ରଦୀପ ସାହୁ,ଗୌନ୍ତିଆ ସାହୁ,ପ୍ରଦୀପ ବେହେରା ତଥା ଅନ୍ୟାନ୍ୟ କଂଗ୍ରେସ ପଦାଧିକାରୀ ଉପସ୍ଥିତ ଥିଲେ ।



