ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ରେ ଦିର୍ଘ ୨୪ ବର୍ଷ ବିଜୁ ଜନତାଦଳର ସରକାର ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରି ବିଧାୟକ ଓ ବିକାଶ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ ଜମି ଓ ସେଥିରେ ଜବରଦଖଲ କରି ବ୍ୟବହାର କରୁଥିବାରୁ ଏହାର ଉଚିତ ତଦନ୍ତ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ନିମନ୍ତେ ପଦ୍ମପୁର ନଗର ବିଜେପି ତରଫରୁ ଜିଲ୍ଲା ପ୍ରଶାସନ ଠାରେ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ପଦ୍ମପୁର ଏନ୍ ଏ ସି ଦ୍ବାରା ନିର୍ମିତ ବିଜୁ ମାର୍କେଟ କମ୍ପ୍ଲେକ୍ସ ଓ ସେଥିରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କର ବ୍ୟବହାର ହେଉନଥିବା ଓ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପ ବିଜୁ ଜନତାଦଳର ବ୍ୟବହାର ରେ ଲଗାଇଥିବା , ବିନା ଟାଉନ୍ ପ୍ଲାନିଙ୍ଗ ରେ ସରକାରୀ ଜମିରେ ଟ୍ରକ ଆସୋସିଏସନ୍ ନାମରେ ଜମି ପ୍ରଦାନ କରି ସରକାରୀ ପାଣ୍ଠିରେ କୋଠା ତିଆରି କରିବା ଘଟଣାରେ ଉଛେଦ ପାଇଁ ନିର୍ଦେଶ ରହିଥିଲେ ବି କ୍ଷମତାର ଅପବ୍ୟବହାର କରି ଉଛେଦ ମାମଲାକୁ ଚପାଇଦେବା,

ବୋଡାସମ୍ବର ଫ୍ରି ଥିଙ୍କର ଆସୋସିଏସନ୍ ନାମରେ ୧୯୯୧-୨୦୦୦ମସିହାରେ ତତ୍କାଳୀନ ବିଧାୟକ ପାଣ୍ଠି ର ଅପବ୍ୟବହାର କରି ଖତା ୧୩୧୮ ପ୍ଲଟ ନଂ ୧୪୨୪ ଅନ୍ତର୍ଗତ ପଦ୍ମପୁର ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ପଡ଼ିଆର ୨୦ ଡିସିମିଲ ଜମିରେ ଜବରଦଖଲ ଆଲିସାନ ଘର ତିଆରି କରି ମାଡ଼ି ବସିଥିବା ଓ ଏଥେଲେଟିକ ଆସୋସିଏସନ୍ ର ଅଶୋକ ପଡ଼ିଆରେ ଥିବା ଖେଲାଲିଙ୍କ ବିଶ୍ରାମ ଗୃହ କୁ ଅନାଧିକାର ଭାବରେ ଜବରଦଖଲ କରି ଅପବ୍ୟବହାର କରୁଥିବା ଦର୍ଶାଇ ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୈହ୍ୱାନ ଙ୍କ ଠାରେ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରିତେଶ ବହିଦାର,ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ବରିଷ୍ଠ ନେତା ସୁବାସ ପାତ୍ର,

ସରୋଜ ମିଶ୍ର, କାଉଲସିଲର କୁନାଲ ପାଣିଗ୍ରାହୀ,ଆଇନଜୀବୀ ହରି ସିଂ, ଆଦିତ୍ୟ ରଥ,ରଞ୍ଜୁ ସେଠ, ଜୋସ୍ନାରାଣୀ କର, ନରୋତମ ପଧାନ,ପ୍ରତାପ ନାଥ,ରାଜେଶ ଗୁର୍ଲ୍ଲା, ନରେଶ ସୁନ୍ଦର ସାହୁ,ଅମିତ ଗର୍ଗ,ଦୀନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ଅନିଲ ଗୁର୍ଲ୍ଲା,ୱାରିସ ରାଜା, ଉଦ୍ଧବ ଡୁଙ୍ଗରି, ଶଙ୍କର ରାଉତ,ମୁକେଶ ସେଠ,ନବ କଣ୍ଟା,ହରେଶ ସାଣ୍ଢ ସମସ୍ତ ଙ୍କ ଉପସ୍ଥିତ ରେ ଯଥା ଶିଘ୍ର ଉଚିତ୍ ତଦନ୍ତ ସହ କାର୍ଯାନୁଷ୍ଠାନ ଓ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ଅତିରିକ୍ତ ଜିଲ୍ଲପାଳ ମଧ୍ୟ୍ୟ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଛନ୍ତି ।


