ପଦ୍ମପୁର- ପଦ୍ମପୁର ସହରରେ ବିଜୁ ଏକ୍ସପ୍ରେସ ୱେ ଜଗୁଛନ୍ତି ଗାଇଗୋରୁ । ସହରର ଆମ୍ବେଦକର ଛକ ଠାରୁ କଲେଜ ରୋଡ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ବୁଲା ଗାଇଗୋରୁ ରାସ୍ତା ଉପରେ ଦିନ ରାତି ସଦାବେଲେ ପଡି ରହିଛନ୍ତି । ଗାଇ ମାଲିକ ମାନେ କେବଲ ଗାଇର ଗୋରସ ସଂଗ୍ରହ କରୁଛନ୍ତି ଏବଂ ପରେ ପୁଣି ଛାଡି ଦେଉଛନ୍ତି । ଗାଇଗୋରୁ ରାସ୍ତା ଉପରେ ଶୋଇଥିବା କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ ।
ଦୁର୍ଘଟଣା ଯୋଗୁଁ କେତେବେଳେ ଲୋକ ମାନେ ଆହତ ହେଉଛନ୍ତି ତ କେତେବେଳେ ଗାଇଗୋରୁ ଦୁର୍ଘଟଣାରେ ଜୀବନ ହାରୁଛନ୍ତି । ହେଲେ ଗାଇ ମାଲିକ ମାନଙ୍କ କୌଣସି ପ୍ରକାର ଚେତା ପଶୁନାହିଁ । ପ୍ରଶାସନ ଏ ବିଷୟରେ ପଦେକ୍ଷପ ନେଲେ ନିରିହ ଗାଇ ଗୋରୁଙ୍କ ଜୀବନ ସହ ଲୋକଙ୍କ ମାନେ ମଧ୍ୟ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତି ଯାଇ ପାରିବେ ।