Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ଉଦଘାଟିତ : ଯୋଗଦେଳେ ଆରଡିସି,ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।

ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ଉଦଘାଟିତ : ଯୋଗଦେଳେ ଆରଡିସି,ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।

ପଦ୍ମପୁର – ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉତ୍ତରଞ୍ଚଳ ଆର.ଡି.ସି. ସଚିନ ରାମଚନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧିବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବର ସାଂସ୍କୃତିକ ପର୍ବକୁ ଉଦଘାଟନ କରିଛନ୍ତି। ତେବେ ଏ ଅଞ୍ଚଳ ହେଉଛି କଳା ଓ ସାଂସ୍କୃତିକର ଅଞ୍ଚଳ ଏଣୁ ଏହି ପରି ଆୟୋଜନ କଳାକାର ଙ୍କ ବିକାଶ ଏବଂ ହଜି ଯାଉଥିବା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆୟୋଜିତ ହେବା ଉଚ୍ଚିତ ବୋଲି ସେ କହିଥିବା ବେଳେ।

ତାଙ୍କ ସହ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଏ.ଡି.ଏମ. କୁଣାଲ ମୋତିରାମ ଚୌହାଣ ଏବଂ ଉପ-ଜିଲ୍ଲାପାଳ ସ୍ନେହା ଅରୁଗୁଳା ଯୋଗ ଦେଇଥିଲେ। କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ପ୍ରଥମେ ଏକ ସମଲେଇ ଭଜନ ରୁ ସନ୍ଧ୍ୟା ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଟଙ୍କିକିଆ ସଂଗୀତ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।

ତେବେ ଆଜିର ପର୍ବ ରେ ସୋନପୁର ର ଶୁଆଙ୍ଗ ସାଂସ୍କୃତିକ ଅନୁଷ୍ଠାନ , ବାଳିକା ଉଚ୍ଚ ବିଦ୍ୟାଳୟ ସାଂସ୍କୃତିକ ଦଳ, ସର୍ବୋଦୟ ଉଚ୍ଚ ବିଦ୍ୟାଳୟ ଲୁଇସିଙ୍ଗା, ମହିଳା ମହା ବିଦ୍ୟାଳୟ ପଦ୍ମପୁର, ଅତାବିରା କୁରଫୁଲ ସାଂସ୍କୃତିକ ଅନୁଷ୍ଠାନ, ପ୍ରକାଶ ସାହୁ ଏବଂ ଅନୁଷ୍ଠାନ, ସ୍ଵାରଙ୍ଗିନୀ ସାଂସ୍କୃତିକ ଅନୁଷ୍ଠାନ ଛତିଶଗଡ଼, ପଦ୍ମପୁର ଜେନିଥ ଲୟନ୍ସ ଗୁରୁକୁଳ ର ସାଂସ୍କୃତିକ ଦଳ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକ ଙ୍କୁ ବାନ୍ଧି ରଖିଥିବା ବେଳେ ନବ ପ୍ରଭାତ ବିଦ୍ୟାଳୟ ନୂଆପାଲି ର ଛାତ୍ର ମାନଙ୍କର ଆଖଡ଼ା ଓ ଯୋଗାସନ ପ୍ରଦର୍ଶନ ସମସ୍ତଙ୍କୁ ବେଶ ମୁଗ୍ଧ କରିଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବର ସମ୍ପାଦକ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ।

error: Content is protected !!