Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଯୁବରାଜଙ୍କ ୧୦୪ତମ ଜୟନ୍ତୀ ପାଳନ ।

ପଦ୍ମପୁର ଯୁବରାଜଙ୍କ ୧୦୪ତମ ଜୟନ୍ତୀ ପାଳନ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଦିବଂଗତ ଯୁବରାଜ ବୀର ବିକ୍ରମାଦିତ୍ୟ ସିଂ ବରିହାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ୧୦୪ତମ ଜୟନ୍ତୀ ପାଳନ କରାଯାଇଛି। ପ୍ରତିମୂର୍ତ୍ତିରେ ତାଙ୍କର ବଡ଼ପୁଅ ପ୍ରତାପ କେଶରୀ ସିଂ ବରିହା ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଡା. ଆଶୁତୋଷ ହୋତା, ଡା. ରଜତ ସାହୁ, ଆଶୀଷ ବହିଦାର, ବାସୁଦେବ ଦାସ, ସମାଜସେବୀ ନିରୋଜ ଦୋରା, ରସିକ ପରମାର, ଚିତ୍ତରଞ୍ଜନ ପଟ୍ଟନାୟକ, ଡ଼ ଭକ୍ତପୂରନ ସାହୁ, ନାଟ୍ୟକାର ଅଶୋକ ବହିଦାର, ଡ଼. ପ୍ରମୋଦ ପାଢ଼ୀ, ସନ୍ତୋଷ ଶତପଥି, ପ୍ରମୋଦ ଚନ୍ଦ୍ର ନାଥ, ଆନନ୍ଦ ପଣ୍ଡା, ଜନକଲାଲ ମେହେର, ଶେଷ ଦେବ ମେହେର, ସଦାନନ୍ଦ ପୁରୋହିତ, ରଘୁନାଥ ପୁରୀ, ସୀତାନାଥ ସାହୁ,ଈଶ୍ଵର ସାନବର୍ଷା, ମନୋଜ ପଣ୍ଡା ପ୍ରମୁଖ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସ୍ୱର୍ଗତ ସିଂ ବରିହା ଜୀବନର ଶେଷ ପର୍ଯ୍ୟନ୍ତ ଯୁବରାଜ ଭାବରେ ସର୍ବତ୍ର ପରିଚିତ ଥିଲେ। ରାଜ୍ୟ ରାଜନୀତିରେ ବିଧାୟକ, ମନ୍ତ୍ରୀ ଭାବରେ ସ୍ଥାନିତ ହୋଇଥିଲେ। ତାଙ୍କର ସହଧର୍ମିଣୀ ସାରଳାଦେବୀଙ୍କ ନାମରେ ସରକାରୀ ଉପଖଣ୍ତ ଚିକିତ୍ସାଳୟ ନାମିତ ହୋଇ ଥିଲା। କିନ୍ତୁ ରୂପାନ୍ତରିତ ସମୟରେ ତାଙ୍କ ନାମକୁ ହଟାଇ ଦିଆଯାଇଛି। ତେଣୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଗାମୀ ଦିନରେ ପୁନଃନାମିତ କରିବାକୁ ଦାବି ହୋଇଥିଲା। ଶେଷରେ ଶ୍ରୀ ସିଂ ବରିହା ଧନ୍ୟବାଦ ଦେଇଥିଲେ।

error: Content is protected !!