ପଦ୍ମପୁର – ସ୍ଥାନୀୟ ଭେଁଉରିଆ ଛକ ଠାରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

ପରେ ବିଶାଳ ଶୋଭାଯାତ୍ରାରେ ବାହାରି ଯୁବନେତା ଭୋଜରାଜା ସିଂ ବରିହାଙ୍କ ନେତୃତ୍ଵରେ ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ଟାଉନ ସଭାପତି ନବ କିଶୋର ସାହୁ, ଭରତ ପଣ୍ଡା, ସରଜୁ ପଟ୍ଟନାୟକ, ସୌମ୍ୟରଞ୍ଜନ ହୋତା, ନବ ଅଗ୍ରୱାଲ, ଅଚ୍ୟୁତାନନ୍ଦ ସେଠ୍, ଠକର ପଣ୍ଡା, ବୀର୍ ଶର୍ମାଙ୍କ ସମେତ ଶହଶହ ଛାତ୍ର ଓ ବିଜେଡି କର୍ମୀ ଯୋଗଦେଇ ରାଜ୍ୟରେ ନାରୀ ଅସୁରକ୍ଷିତ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଇସ୍ତଫା ଦାବି କରିଥିଲେ।



