Saturday, April 12, 2025
spot_imgspot_imgspot_img
Homeଅଘଟଣପଦ୍ମପୁର ବନ ବିଭାଗକୁ ସଫଳତା:ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ସହ ଜଣେ ଅଭିଯୁକ୍ତ ଗିରଫ ।

ପଦ୍ମପୁର ବନ ବିଭାଗକୁ ସଫଳତା:ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ସହ ଜଣେ ଅଭିଯୁକ୍ତ ଗିରଫ ।

ପଦ୍ମପୁର- ପଦ୍ମପୁର ରେଂଜ ଅନ୍ତର୍ଗତ ଲେଦରାପାଲି ଅଂଚଳର ବୁଢାଡଙ୍ଗର ପାହାଡରେ କେନ୍ଦୁଗଛ କଟା ଯାଉଥିବା ଖବର ପାଇ , ପଦ୍ମପୁର ରେଂଜର ସୁଦାମ ଜଗଦଲାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଚଢଉ କରିଥିଲେ । ଏହି ଚଢାଉ ସମୟରେ ଉଣେଇଶି ଗୋଟି କେନ୍ଦୁ କାଠଗଣ୍ଡି ଜବତ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ । କାଠ ଚାଲାଣ କରୁଥିବା ପଶ୍ଚିମବଙ୍ଗର ସମଶେର ମହମ୍ମଦଙ୍କୁ ଗିରଫ କରିଥିଲେ।

ପଦ୍ମପୁର ରେଂଜ କେଶ ନମ୍ବର ୪୨/୨୦୨୪ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ରେଂଜର ସୂଚନା ଦେଇଛନ୍ତି । ଏହି ଚଢାଉରେ ଫରେଷ୍ଟର ସରୋଜ ସାହୁ, ଫରେଷ୍ଟର ରାଧାକାନ୍ତ କୁମ୍ଭାର, ଫରେଷ୍ଟଗାର୍ଡ ଲିଜି ମହାପାତ୍ର ଓ ସ୍କାର୍ଡ କର୍ମଚାରୀ ମାନେ ସାମିଲଥିଲେ ।

error: Content is protected !!