Saturday, March 7, 2026
Homeଅଘଟଣପଦ୍ମପୁର ବନବିଭାଗ ଚଢାଉ,ବିପୁଳ ଖଇର କାଠ ସହ ପିକଅପ ଭ୍ୟାନ ଜବତ ।

ପଦ୍ମପୁର ବନବିଭାଗ ଚଢାଉ,ବିପୁଳ ଖଇର କାଠ ସହ ପିକଅପ ଭ୍ୟାନ ଜବତ ।

ପଦ୍ମପୁର-ପଦ୍ମପୁର ବନ ବିଭାଗ ତରଫରୁ ବିଭିନ୍ନ ସମୟରେ ଚୋରା କାଠ ତଥା ମୂଲ୍ୟବାନ କାଠ ଚାଲାଣ ରୋକିବା ପାଇଁ ଟିମ ଗଠନ କରି ଯାଞ୍ଚତଥା ଚଢାଉ କରାଯାଇଛି । ପଦ୍ମପୁର ରେଞ୍ଜର ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଗୋଟିଏ ଟିମ ରାତ୍ରି ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପରେ ଖଇର କାଠ ଚାଲାଣ ହେଉଥିବା ଖବର ପାଇଥିଲେ । ପଦ୍ମପୁର ନିକଟସ୍ଥ ମହୁଲପାଲି ନିକଟରୁ ଉକ୍ତ ପିକଅପକୁ ଠାବ କରିଥିଲେ ।

ସେଠାରେ ୨୬୬୫ କେଜି ଓଜନର ଖଇର ଗଣ୍ଡି ଯାହାର ମୂଲ୍ୟ ୧୩୩୨୫୦ ଟଙ୍କା ଏବଂ ଗୋଟିଏ ପୁରୁଣା ମହିନ୍ଦ୍ରା ମେକ୍ସ ପିକଅପ ଯାହାର ମୂଲ୍ୟ ଓଡି ୧୭ ଏଚ୍ ୩୧୭୭ ଯବତ କରିଥିଲେ । ହେଲେ ଖଇର କାଠ ଚାଲାଣ କରୁଥିବା ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲା । ପଦ୍ମପୁର ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଥିବା ରେଞ୍ଜର ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ଚଢାଉରେ ଫରେଷ୍ଟର ସରୋଜ କୁମାର ସାହୁ,ରାଧାକାନ୍ତ କୁମ୍ଭାର,ଫରେଷ୍ଟଗାର୍ଡ ରଶ୍ମିତା ସାହୁ, ଫରେଷ୍ଟ ସ୍କାର୍ଡ ମନ ଠେଠୁଆ,ସୁଧାଂଶୁ ଶେଖର ଭଏଁସା,ରାଜା ଡନସନା ପ୍ରମୁଖ ସାମିଲ ଥିଲେ ।

error: Content is protected !!