ପଦ୍ମପୁର-ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପଦ୍ମପୁର ପ୍ରତିଭା ସମ୍ମାନ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କୃଷି ସମବାୟ ସମିତି ପଦ୍ମପୁରର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିତମ ମେହେର,ସମ୍ମାନିତ ଅତିଥି ଭାବେ ରାଏପୁର ଏମ୍ସ ହସ୍ପିଟାଲର ଶଲ୍ୟ ବିଭାଗ ଡକ୍ଟର ଆର କେ ରାମଚନ୍ଦାନୀ, ସମାଜସେବୀ ନିରୋଜ ଦୋରା ଏବଂ ମୁଖ୍ୟବକ୍ତା ଭାବେ ଡକ୍ଟର ବାଞ୍ଛାନିଧି ପଣ୍ଡା ଯୋଗଦାନ କରିଥିଲେ । ଏହି ଅବସରରେ ପଦ୍ମପୁରରେ ଥିବା ଦଶମରୁ ସ୍ନାତକ ପର୍ଯ୍ୟନ୍ତ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରଯାଇଥିଲା ।

ଦଶମ ଶ୍ରେଣୀରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଗଜେନ୍ଦ୍ର ମହାରଣା, ବାଳିକା ଉଚ୍ଚ ବିଦ୍ୟାଳୟର ଟିକେଶ୍ବରୀ ସାହୁ, ଯୁକ୍ତଦୁଇ କଳା ବିଭାଗରେ ଅଞ୍ଚଳ ମହାବିଦ୍ୟାଳୟର ଶକ୍ତିସ୍ୱରୂପା ପଣ୍ଡା, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଖା ସାହୁ, ବିଜ୍ଞାନ ବିଭାଗରେ ଜେନିଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରିତା ଜାଲ, ଯୁକ୍ତତିନି ବିଭାଗରେ ମହିଳା ସ୍ନାତକ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଛାତ୍ରୀ ଧନନେତ୍ରୀ ସାହା ଏବଂ ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନ ର ଛାତ୍ର ନିମାଇଁ ଚରଣ ସାହୁଙ୍କୁ ସମ୍ମାନିତ କରାହୋଇଥିଲା ।

କାର୍ଯ୍ୟକ୍ରମକୁ ସମିତିର ସଂଯୋଜକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ଅରୁଣ ଦାନୀ, ସନତ ମିଶ୍ର, ଅନିଲ ପୁରୋହିତ,ଦିଲୀପ ବେହେରା, ଗୋବିନ୍ଦ ପଣ୍ଡା, ଯୁବରାଜ, ନରେନ୍ଦ୍ର ପ୍ରଧାନ, ସଦାନନ୍ଦ ସେଟ, ରାଧେଶ୍ୟାମ ପାତ୍ର, ବୀରେନ୍ଦ୍ର, ସୁଶାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


