ପଦ୍ମପୁର-ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଅବାଧ ଏବଂ ନିରପେକ୍ଷ ଭାବେ କରାଇବା ପାଇଁ ପୋଲିସ ପ୍ରଶାସନ ତତ୍ପର ହେବାକୁ ଲାଗିଛି। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇ ଓ ପଦ୍ମପୁର ଥାନା ଅଧିକାରୀ ମମତା ନାଏକଙ୍କ ତତ୍ଵାବଧାନରେ ଗୁରୁବାର ସକାଳେ ପଦ୍ମପୁରଠାରୁ କଡା କଡ଼ି ଭାବେ ନଜର ରଖିବା ପାଇଁ ଫ୍ଳାଗ୍ ମାର୍ଚ୍ଚ କରାଯାଇଥିଲା । ପଦ୍ମପୁର ଥାନା ଅନ୍ତର୍ଗତ ବରିହାପାଲି, ପତ୍ରାପାଲି, ମହୁଲପାଲି ସମେତ ପଦ୍ମପୁର ଟାଉନରେ ଏହା କରାଯାଇଥିଲା ପଦ୍ମପୁର ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ତଥା ଅଞ୍ଚଳ ରେ ଥିବା ବୁଥ୍ ଗୁଡିର ଭୋଟର ଯେପରି କୌଣସି ଭାବେ ପ୍ରଭାବିତ ନ ହୁଅନ୍ତୁ ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କୌଣସି ରାଜନୈତିକ ଦଳ ଯେପରି ସାଧାରଣ ଜନତା ଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରଲୋଭିତ ଲୋଭ ଦେଖାଇ ପ୍ରଭାବିତ ନ କରି ପାରନ୍ତି ଏହା ଉପରେ ନଜର ରଖାଯିବା ଏହି ଫ୍ଳାଗ୍ ମାର୍ଚ୍ଚ ର ମୂଳ ଉଦ୍ଧେଶ୍ୟ । ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତା ମଧ୍ୟ ସହଯୋଗ କରିବା ପାଇଁ ଏସ୍ ପି ଙ୍କ ସମେତ ପଦ୍ମପୁର ଥାନା ଅଧିକାରୀ ଅନୁରୋଧ କରିଛନ୍ତି ।