Saturday, March 7, 2026
Homeରାଜନୀତିପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଦସ୍ୟ ଯୋଡିବା ଅଭିଯାନରେ ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା...

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଦସ୍ୟ ଯୋଡିବା ଅଭିଯାନରେ ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ପଦ୍ମପୁର- ଉଭର କେନ୍ଦ୍ର ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପରେ ବିଜେପି ପକ୍ଷରୁ ଓଡିଶାରେ ସଦସ୍ୟ ଯୋଡିବା ଅଭିଯାନ ଆରମ୍ଭ କରିଛି । ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ଥରେ ଆସି ବରଗଡ ସାଂସଦ ପ୍ରଦୀପ ପୁରୋହିତ , ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀଙ୍କ ସହ ମିଶି ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ ଡବଲ ଇଂଜିନ ସରକାରରେ ଓଡିଶାରେ କଣ ସବୁ ଉନ୍ନତି ହୋଇଛି ସେ ବିଷୟରେ ଲୋକଙ୍କୁ ଅବଗତ କରି ବିଜେପିରେ ସଦସ୍ୟତା ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।

ଲୋକମାନେ ମଧ୍ୟ ଆନନ୍ଦର ସହ ବିଜେପି ସହ ଯୋଡି ହୋଇଥିଲେ । ମୁଖ୍ୟତଃ ମହିଳା ମାନେ ଅଧିକ ସଦସ୍ୟତା ଗ୍ରହଣ କରିଥିବା ଦେଖରବାକୁ ମିଲିଥିଲା । ବିଜେପି କର୍ମୀ ମାନେ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବୈଜୟନ୍ତ ପଣ୍ଡାଙ୍କ ସହ ମିଶି ଓ ସଦସ୍ୟତା ଗ୍ରହଣ କରି ବେଶ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ବିଜେପି ନେତା ଅରୁପା ସାହୁ,ପ୍ରଭାସ ସିଂ,ସୁରେଶ୍ଵର ଶତପଥି,ସରୋଜ ସାମଲ,ସୁନିଲ ବେହେରା,ମୁରଲି ସାହୁ,ନିରୋଜ ଦାସ,ସରସ୍ବତୀ ସାହୁ,ଚିନ୍ମୟ କୁମାର ପଣ୍ଡା,ସୁନିଲ ଅଗ୍ରୱାଲ, ଜ୍ୟୋତ୍ସ୍ନାରାଣୀ କର,ପ୍ରମିଲା ମେହେର, ଅଶୋକ ମିଶ୍ର, ହରି ସିଂ, ସଖି ବରିହା, ତ୍ରିପୁରା ବରିହା,ସୁରେନ୍ଦ୍ର ସିଂ ବରିହା,କେତନ ମେହେର, କୈଳାଶ ଦିଶ୍ରୀ,ସଞ୍ଜୟ ବେହେରା,ନିରାକାର ବରିହା,ଦିବ୍ୟ ସାହୁ,ଟୁନା ଡନସନା,ଭିସ୍ମ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

error: Content is protected !!