ପଦ୍ମପୁର-ପଦ୍ମପୁର ନର୍ସିଙ୍ଗ କଲେଜ ଠାରେ ୭୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନାର ଡାକ୍ତର ସଞ୍ଜୟ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସମ୍ପତ କୁମାର ସିଂହ୍ନା ଓ ଡାକ୍ତର ସସ୍ମିତା ପଣ୍ଡା ଛାତ୍ରୀ ମାନଙ୍କ ଅଭିବାଦାନ ଗ୍ରହଣ କରିଥିଲେ। ଛାତ୍ରୀ ମାନେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ପଦ୍ମପୁର ଟାଉନ ପରିଭ୍ରମଣ ରେ ସାମିଲ ହୋଇ ରାଜବୋଡାସମ୍ବର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ସମ୍ମିଳିତ ପେରେଡରେ ପ୍ରଥମ ଥର ସାମିଲ ହୋଇ ଉତ୍ତମ ପ୍ରଦର୍ଶନ କରିଥିଲେ । ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଅରୁଣ କୁମାର ଦାନି ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ, ମାନସ ରଞ୍ଜନ ସାହୁ, ହେମାଙ୍ଗିନୀ ସାବତ , ଦିପ୍ତିମୟୀ ସାହୁ, ବବିତା ମେହେର,ନିର୍ମଳ ପୋଡ଼, ଅହଲ୍ୟା ଓ ଜୟଲାଲ ସାହୁ ସହଯୋଗ କରିଥିଲେ ।



