Saturday, March 7, 2026
Homeରାଜ୍ୟପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ ।

ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ ।

ପଦ୍ମପୁର-ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣ ଙ୍କ ଯାତାୟତର ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ଚାଲିଶ ହଜାର ଟଙ୍କା ସଂଗୃହୀତ ହୋଇଥିଲା । ସଂଗୃହିତ ପାର୍କିଂ ରାଶିକୁ ରେଡକ୍ରସ ପାଣ୍ଠିକୁ ଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ତାକୁ ପ୍ରଦାନ କରାଯାଇଛି। ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅରଗୁଲାଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠି କୁ ଚାଲିଶ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ପ୍ରଦାନ ସମୟରେ ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର, ଉପସଭାପତି ଅଶୋକ ମିଶ୍ର,ନରେଶ ସୁନ୍ଦର ସାହୁ,ଆଦିତ୍ୟ ରଥ,ହରି ସିଂ,ଅମିତ ଗର୍ଗ,ଅଖିଳ ପଟ୍ଟନାୟକ,ଦୀନେଶ ବାରିକ,ସୋମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

error: Content is protected !!