Sunday, April 27, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦଯାପିତ ।

ପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦଯାପିତ ।

ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଉପଯୁକ୍ତ ପରିବେଶ ଓ ସୁଯୋଗ ଆବଶ୍ୟକ ।

ପଦ୍ମପୁର-ପିତା ମାତାଙ୍କ ଆଶୀର୍ବାଦ, ଉତ୍ତମ ପାରିବାରିକ ପରିବେଶ ତଥା ମନଲାଖି ସୁଯୋଗ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ ବୋଲି ବରଗଡ ଜିଲ୍ଲା ପଦମପୁର ସ୍ଥିତ ଜେନିଥ ଲୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବର ଉଦଯାପାନୀ ଉତ୍ସବରେ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ଓଡ଼ିଶାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଅତିଥି ଭାବରେ ଯୋଗଦାନ କରି ଉପରୋକ୍ତ ମତ ପ୍ରକାଶ ସହିତ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଶିକ୍ଷାନୁଷ୍ଠାନ ସଭାପତି ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି ସୁଶାନ୍ତ ରଥ, ସମ୍ପାଦକ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ଏମ ଡି ମହମ୍ମଦ, ସିବିଏସି ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା, ସିଏଚଏ ସି ଅଧ୍ୟକ୍ଷ ଚତୁର୍ଭୁଜ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅଶୋକ କୁମାର ପୂଜାହାରୀ, ଜୟନାରାୟଣ ତ୍ରୀପାଠୀ, ହରିବନ୍ଧୁ ଜେନା, ମଧୁସୂଦନ ଦାଶ, ରଞ୍ଜନ କୁମାର ପଣ୍ଡା, ଦିବ୍ୟ କିଶୋର ନାଗ ଓ ବଳରାମ ମେହେରଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରକୃତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ନୃତନ ଲଗୋ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଜୁନିଅର ବିଦ୍ୟାଳୟ ସଂଯୋଜିକା ସୋଭାନା ପଣ୍ଡା ସଭାକୁ ସଂଯୋଜନା କରିଥିଲେ।ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ପରିଚାଲନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

error: Content is protected !!