Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦଘାଟିତ।

ପଦ୍ମପୁର ଜେନିଥ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଉଦଘାଟିତ।

ମଣିଷ ତିଆରି ପାଇଁ ପ୍ରକୃତ ଶିକ୍ଷା ଆବଶ୍ୟକ ।

ପଦ୍ମପୁର-ଦିନକୁ ଦିନ ଯୁବ ସମାଜ ବିପଥ ଗାମୀ ହେଉଛନ୍ତି । ତେଣୁ ସାମାଜିକ ବିବର୍ତ୍ତନ ପାଇଁ କୈଶୋର ଅପରାଧ ରୋକିବା ସହିତ ପ୍ରକୃତ ଶିକ୍ଷା ହିଁ ଉପଯୁକ୍ତ ମଣିଷ ଗଠନ କରାଯାଇପାରିବ ବୋଲି ବରଗଡ ଜିଲ୍ଲା ପଦମପୁର ସ୍ଥିତ ଜେନିଥ ଲୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ସୁଶାନ୍ତ ମିଶ୍ର ମତ ପ୍ରକାଶ କରିଛନ୍ତି ।

ଶିକ୍ଷାନୁଷ୍ଠାନ ସଭାପତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି ସୁଶାନ୍ତ ରଥ, ସମ୍ପାଦକ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ଏମ ଡି ମହମ୍ମଦ, ସିବିଏସି ଅଧ୍ୟକ୍ଷ ଡ଼.ମନୋଜ କୁମାର ପଣ୍ଡା, ସିଏଚଏସ ସି ଅଧ୍ୟକ୍ଷ ଚତୁର୍ଭୁଜ ପଧାନ, ଜୁନିଅର ବିଦ୍ୟାଳୟ ସଂଯୋଜିକା ସୋଭନା ପଣ୍ଡା ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମକୁ ସନ୍ତୋଷ ବେହେରା ସଂଯୋଜନା କରିଥିବା ବେଳେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

error: Content is protected !!