Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଓକିଲ ସଂଘ ତରଫରୁ ମଧୂବାବୁ ଜୟନ୍ତୀ ପାଳିତ ।

ପଦ୍ମପୁର ଓକିଲ ସଂଘ ତରଫରୁ ମଧୂବାବୁ ଜୟନ୍ତୀ ପାଳିତ ।

ପଦ୍ମପୁର-ପଦ୍ମପୁର ଓକିଲ ସଂଘ ତରଫରୁ ମଧୂବାବୁ ଜୟନ୍ତୀ ପାଳିତ ହୋଇଯାଇଛି, ପଦ୍ମପୁର ଓକିଲ ସଂଘର ସଭାପତି ଶ୍ରୀ ଆନନ୍ଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଓକିଲ ସଂଘର ସଭାଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଅରବିନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଏବଂ ସବ୍ ଜଜ୍ ଶ୍ରୀ ଦେବାଶିଷ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସଂଘର ବରିଷ୍ଠ ଓକିଲ ଶ୍ରୀ ଗୌନ୍ତିଆ କୁମାର ସାହୁ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ଆମେ ସମସ୍ତେ ତାଙ୍କ ମଧୁବାବୁ ଙ୍କ ଠାରୁ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ବାନ କରିଥିଲେ, ବରିଷ୍ଠ ଓକିଲ ପରମେଶ୍ବର ସାହୁ, ପ୍ରଦୀପ ଯୋଷୀ, କିଶୋର କୁମାର ମେହେର, ବିଭୂତି ଭୂଷଣ ଦାଶ, ସୁନିଲ କୁମାର ପାଣିଗ୍ରାହୀ, ଅଜିତ କୁମାର ଶତପଥୀ, ଦିଲ୍ଲୀପ ଦାନୀ, ଭବାନୀ ସାହୁ, ଉପସଭାପତି କେଶବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ପରିଶେଷରେ ସଂଘର ସଂପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!