Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଓକିଲ ସଂଘ ତରଫରୁ ନବନିର୍ବାଚିତ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ...

ପଦ୍ମପୁର ଓକିଲ ସଂଘ ତରଫରୁ ନବନିର୍ବାଚିତ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ।

ପଦ୍ମପୁର-ଓକିଲ ସଂଘର ସଭାପତି ଶ୍ରୀ ଆନନ୍ଦ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଓକିଲ ସଂଘର ସଭାଗୃହ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଦସ୍ୟମାନେ ଅଞ୍ଚଳର ବିଭିନ୍ନ ବିଷୟ, ସମସ୍ୟା, ଆବଶ୍ୟକତା ଉପରେ ସାଂସଦ ମହୋଦୟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବରଗଡ଼ ରୁ ନୁଆପଡ଼ା ନୂତନ ରେଳ ଲାଇନ ଭାୟା ପଦ୍ମପୁର ବିଷୟ, କେନ୍ଦ୍ରୀୟ ବିଦ୍ୟାଳୟ, ପଦ୍ମପୁର ଜିଲ୍ଲା ବିଷୟ ଏମିତି ଅନେକ ବିଷୟ କୁ ନେଇ ଆଲୋଚନା ହେଇଥିଲା । ସାଂସଦ ମହୋଦୟ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି, ଏବଂ ସମସ୍ତଙ୍କର ସହଯୋଗ ଏବଂ ମାର୍ଗଦର୍ଶନ ରେ ନିଶ୍ଚିତ ଭାବେ ଆମ ଅଞ୍ଚଳର ବିକାଶଧାରା ବଢ଼ିବ ବୋଲି କହିଥିଲେ ।

ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ରାଧାବଲ୍ଲଭ ପାଣିଗ୍ରାହୀ, ଶ୍ରୀ ଗୌନ୍ତିଆ କୁମାର ସାହୁ, ପରମେଶ୍ବର ସାହୁ, ପ୍ରଦୀପ ଯୋଷୀ,ରାମରତନ ପୁରୋହିତ, ଆଶିଷ ମିଶ୍ର, ସୁଶାନ୍ତ ରଥ, ଅଜିତ ଶତପଥୀ,ସୁନିଲ୍ ଦାଶ୍, କେଶବ ସାହୁ, ପ୍ରଦୀପ ସାହୁ, ହରିଶଙ୍କର ସିଂହ, ରାଜକିଶୋର ସାହୁ, ଶାନ୍ତନୁ ତ୍ରିପାଠୀ, ସୁଶାନ୍ତ ସାହୁ, ରୋହିତ କୁମାର ଭୋଇ ଏବଂ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସଂଘର ସଂପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!