Saturday, March 7, 2026
Homeରାଜ୍ୟପଦ୍ମପୁର ଏନ୍ ଏ ସି ରେ ବିପର୍ଯ୍ୟୟ ପ୍ରସ୍ତୁତି ଟେବୁଲ୍ ଟପ୍ ବୈଠକ ।

ପଦ୍ମପୁର ଏନ୍ ଏ ସି ରେ ବିପର୍ଯ୍ୟୟ ପ୍ରସ୍ତୁତି ଟେବୁଲ୍ ଟପ୍ ବୈଠକ ।

ପଦ୍ମପୁର-ପଦ୍ମପୁର ଏନ୍ ଏ ସି ର ସଭା ଗୃହରେ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଟେବୁଲ୍ ଟପ୍ ବିପଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଏନ୍ ଏ ସି ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରାକୃତିକ ବିପଦ (ଝଡ଼, ବର୍ଷା, ଅଗ୍ନିକାଣ୍ଡ ଇତ୍ୟାଦି) ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ,ଦ୍ରୁତ ପ୍ରତିକ୍ରିୟା ଓ ବ୍ୟବସ୍ଥାପନା ପାଇଁ ଅନୁଭୂତି ଓ ସମନ୍ୱୟ ବଢ଼ାଇବା ପାଇଁ ଆଲୋଚନା ହୋଇଥିଲା । ଅଧ୍ୟକ୍ଷା ଓ ଅନ୍ୟ ଅଧିକାରୀମାନେ ସଂଯୁକ୍ତ ଭାବରେ କାମ କରି ବିପଦ ସମୟରେ ସୁଦୃଢ଼ ପ୍ରତିକ୍ରିୟା ଦେବାରେ ଉଦ୍ୟମୀ ହେବାକୁ ଆହ୍ୱାନ କରିଥିଲେ।

ଏନ୍ ଏ ସି ର ଏହି ପ୍ରଶଂସନୀୟ ପଦକ୍ଷେପ ମାଧ୍ୟମରେ ଏକ ସଚେତନ, ସୁରକ୍ଷିତ ଓ ସଜାଗ ନଗର ବନେଇବା ଦିଗରେ ଅଗ୍ରସର ହେଉଛି। ଅନ୍ୟ ଉପସ୍ଥିତ ସଭ୍ୟମାନଙ୍କ ମଧ୍ଯରେ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ଉଦ୍ଭିଦ ଉତ୍ପାଦନ ବିଭାଗର ସହାୟକ ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ପ୍ରଧାନ, ସମସ୍ତ ନିର୍ବାଚିତ ପରିଷଦ ସଦସ୍ୟମାନେ, ବିଭିନ୍ନ ବିଭାଗର ଅଧିକାରୀ ଓ ଏନ୍ ଏ ସିର କର୍ମଚାରୀ ଉପସ୍ଥିତ ଥିଲେ।

error: Content is protected !!