Saturday, March 7, 2026
Homeରାଜନୀତିପଦ୍ମପୁର ଉପଖଣ୍ଡର ଦିର୍ଘ ଦୁଇ ଦଶନ୍ଧିର ସମସ୍ୟା ସମାଧାନ ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଶ୍ବଭୂଷଣ...

ପଦ୍ମପୁର ଉପଖଣ୍ଡର ଦିର୍ଘ ଦୁଇ ଦଶନ୍ଧିର ସମସ୍ୟା ସମାଧାନ ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଶ୍ବଭୂଷଣ ଜେନାଙ୍କୁ ଭେଟିଛନ୍ତି ଯୁବନେତା ପ୍ରିତେଶ ।

ପଦ୍ମପୁର — ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଦିର୍ଘ ୨୫ ବର୍ଷ ଧରି ଲାଗିରହିଥିବା ଗମନାଗମନ ସମସ୍ୟା ବିଷୟରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତିଭୂଷଣ ଜେନା ଙ୍କ ସହ ସାକ୍ଷାତ ଆଲୋଚନା କରି ପଦ୍ମପୁର ଅଂଚଳ ର ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବାକୁ ଦାବି ଜଣାଇଛନ୍ତି ବିଜେପି ଯୁବନେତା ପ୍ରିତେଶ ବହିଦାର। ଦିର୍ଘ ଦୁଇ ଦଶନ୍ଧି ଭିତରେ ଗମନାଗମନ ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀ ର ପଦ୍ମପୁର ଉପଖଣ୍ଡ ମୁଖ୍ୟାଳୟ ଠାରେ ବସଷ୍ଟାଣ୍ଡ ର ସମସ୍ୟା ରହିଛି। ପଦ୍ମପୁର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ ରହିଛି ହେଲେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜନସାଧାରଣ ଙ୍କ ଦାବି ରହିଛି।

ଉପଖଣ୍ଡ ର ଝାରବନ୍ଧ ଭଡା ଠାରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଦୂରତା ୧୫୦ କିମି ରୁ ଉର୍ଦ୍ଧ୍ବ ଦୂର ଅତିକ୍ରମ କରି ଆରଟିଓ କାର୍ଯ୍ୟାଳୟ କୁ ଗଲେ ଦୁଇଦିନ ସମୟ ଲାଗୁଛି ଯାହା ସମୟ ସାପେଖ୍ଯ ଓ ଖର୍ଚ୍ଚାନ୍ତ ହେବାସହ ବହୁ ହଇରାଣ ହରକତ ହେବାକୁ ପଡୁଛି ଫଳରେ ପଦ୍ମପୁର ଠାରେ ଏକ ଉପଖଣ୍ଡ ଆରଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଏହାସହ ପଦ୍ମପୁର ରୁ ରାଜଧାନୀ ଭୁବନେଶ୍ବର କୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ବସ୍ ଚଳାଚଳ କରିବାକୁ ଆଲୋଚନା କରିଛନ୍ତି ଯାହା ର ସମାଧାନ ହେଲେ ପଦ୍ମପୁର ଉପଖଣ୍ଡ ର ଉପାନ୍ତ ଅଂଚଳ ର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ ବୋଲି ଆଲୋଚନା କରିଛନ୍ତି l

error: Content is protected !!