Saturday, March 7, 2026
Homeରାଜ୍ୟପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ...

ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଇନଛାତ୍ର ଆଶିଷ ଜ୍ୟୋତିଷ ।

ପଦ୍ମପୁର– ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଚିଠି ଲେଖିଲେ ଆଇନଛାତ୍ର ଆଶିଷ ଜ୍ୟୋତିଷ । ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପଦ୍ମପୁର ଉପଖଣ୍ଡ ଏକ ବୃହତ ଉପଖଣ୍ଡ ଛଅ ଗୋଟି ବ୍ଲକକୁ ନେଇ ଗଠିତ । ପଦ୍ମପୁର ଉପଖଣ୍ଡ ଅଧିନରେ ସର୍ବମୋଟ ନଅ ଗୋଟି ପୋଲିସ ଥାନା ରହିଛି ।

ଶ୍ରୀମତୀ ଅମ୍ରିତପାଳ କୌର(ଆଇ.ପି.ଏସ)ଙ୍କ ବଦଲି ପରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପଦବୀ ଖାଲି ରହିଛି । ପଦ୍ମପୁର ଉପଖଣ୍ଡ ପଡୋଶୀ ଜିଲ୍ଲା ବଲାଙ୍ଗୀର,ନୂଆଁପଡା ଓ ପଡୋଶୀ ରାଜ୍ୟ ଛତିଶଗଡର ସିମାନ୍ତରେ ଅବସ୍ଥିତ । ପଦ୍ମପୁର ଉପଖଣ୍ଡ ଗୋଟିଏ ମାଓ ପ୍ରବଣ ଅଂଚଳ , ଏହି ଅଂଚଳରେ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ନିଶା ଔଷଧ ଚାଲଣ ତଥା ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ ।

କିନ୍ତୁ ଏବେ ଏହି ଉପଖଣ୍ଡ ମୁରବି ବିହିନ ପୋଲିସ ଉପଖଣ୍ଡ ଭାବରେ ପଡି ରହିଛି । ଏହି ଉପଖଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ରହିବା ନିହାତି ଆବଶ୍ୟକ ବୋଲି ଆଶିଷ ଉଲ୍ଲେଖ କରିଛନ୍ତି । ଏହା ସହ ଯଥା ଶୀଘ୍ର ପଦ୍ମପୁର ଉପଖଣ୍ଡର ଜନସାଧାରଣଙ୍କ ହିତ ପାଇଁ ଜଣେ ସୁଦକ୍ଷ ଉପଖଣ୍ଡ ପୋଲିସ ଅଧିକାରୀ ଯଥାଶୀଘ୍ର ସ୍ଥାୟୀ ଭାବରେ ନିଯୁକ୍ତ କରିବା ପାଇଁ ସେ ଦାବୀ କରିଛନ୍ତି ।

error: Content is protected !!