
ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବୁଢ଼ାସମ୍ବର ଅଞ୍ଚଲର ସର୍ବପୁରାତନ ଅଶୋକ ଖେଳ ପଡିଆର ଉନ୍ନତି କରଣ ପାଇଁ ଦୀର୍ଘ ୨୪ ବର୍ଷ ଧରି ଦାବି କରାଯାଉଥିଲେ ବି ଗତ ସରକାର କୈଣସି ପଦକ୍ଷେପ ନେଇ ନ ଥିବା ବେଳେ ଏବେ ଡବଳ ଇଞ୍ଜିନ ସରକାରଙ୍କ ମାତ୍ର ୧୮ ମାସ ଭିତରେ ଏଥେଲେଟିକ ଆସୋସିଏସନ୍ ର ସଦସ୍ୟ ମାନେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ଆଲୋଚନା କରି ପ୍ରସ୍ତାବ ରଖିବାକୁ ଅନୁରୋଧ କରିଥିଲେ । ଫଳରେ ସାଂସଦ ପୁରୋହିତ ପ୍ରସ୍ତାବକୁ ନେଇ ରାଜ୍ୟ ସରକାର ଓ ବିଭାଗୀୟ କ୍ରିଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ଉଦ୍ୟମ କରିଥିଲେ ଫଳରେ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ୫ କୋଟି ୧୮ ଲକ୍ଷ ୧୧ ହଜାର ବ୍ଯୟ ବରାଦ ରାଶି ଘୋଷଣା କରି ବିଭାଗୀୟ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବରେ ଯୋଗଦାନ ଦେବାପାଇଁ ଆସିଥିବା ବେଳେ ଅଶୋକ ପଡ଼ିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଫଳରେ ପଦ୍ମପୁର ଏଥେଲେଟିକ ଆସୋସିଏସନ୍ ଓ ସ୍ଥାନୀୟ ଅଞ୍ଚଳର କ୍ରୀଡାବିତଙ୍କ ମହଲରେ ଖୁସି ଦେଖା ଦେଉଛି।

ଏହି ସମୟରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ,ଝାରସୁଗୁଡ଼ା ବିଧାୟକ ତଥା ଫାଓର ସଭାପତି ଟଙ୍କଧର ତ୍ରିପାଠୀ ଓ ପଦମପୁର ଉପଜିଲ୍ଲାପାଳ ସ୍ନେହା ଅରୁ ଗୁଲା ମଧ୍ୟ ଉପସ୍ଥିତ ରହିଥିଲେ। ଦୀର୍ଘ ଦିନର ଦାବୀ ପୁରଣ ହେବାକୁ ଯାଉଥିବା ରୁ ଏହି ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଏଥେଲେଟିକ ଆସୋସିଏସନ୍ ପଦ୍ମପୁର ସମ୍ପାଦକ ଶିରିଶ ବହିଦାର ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ସମୟରେ ଆମ ଅଞ୍ଚଳକୁ ଗୁରୁତ୍ୱ ଦେଇ ଆସୁଥିବାରୁ ପଦ୍ମପୁର ଏଥେଲେଟିକ ଆସୋସିଏସନ୍ ତରଫରୁ ଓଡିଶା ସରକାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ସମୟରେ ଏଥେଲେଟିକ ଏସୋସିଏଶନର ସତ୍ୟନାରାୟଣ ତ୍ରିପାଠୀ,ଗୋବିନ୍ଦ ଅଗ୍ରୱାଲ,ନିରୋଜ ଦୋରା,ନୀଳମାଧବ ଦୋରା,ଗୋବିନ୍ଦ ପାଣିଗ୍ରାହୀ,ନୀଳମଣି ସାହୁ,ଅଶୋକ କୁମାର ମିଶ୍ର ଓ ବିଶିଷ୍ଟ ଖେଳାଳି ପ୍ରମୁଖ ଉପସ୍ଥିତ ରହିଥିଲେ।



