Sunday, November 24, 2024
spot_imgspot_imgspot_img
Homeରାଜ୍ୟପଦ୍ମପୁରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର- ପଦ୍ମପୁର ସହରର ଗୋରୁ ବଜାର ପ୍ରାଙ୍ଗଣରେ ବାପୁଜୀ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ଵିତୀୟ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଓ ସ୍ବଚ୍ଛତା ଦିବସ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଆନୁକୁଲ୍ୟରେ ଅନୁଷ୍ଠିତ ହୋଯାଇଅଛି।ପଦ୍ମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ପ୍ରାରମ୍ଭିକ ସମ୍ଭାଷଣରୁ ଆରମ୍ଭ ହୋଇଥିଲା ।

ଏବଂ ଉକ୍ତସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ଆରୁଗୁଲା ସ୍ନେହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକଙ୍କୁ ସ୍ୱଚ୍ଛ ଓ ସୁନ୍ଦର ପରିବେଶରେ ରହିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହରର ନଗରପାଳ ଶ୍ରୀମତୀ ସାବିତ୍ରୀ ବାଗ, ଉପ ନଗରପାଳ ଶ୍ରୀମତୀ ଭାରତୀ ପଟ୍ଟନାୟକ ଯୋଗଦାନ କରି ପଦ୍ମପୁରର ନାଗରିକ ମାନଙ୍କୁ ନିଜ ସହର ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅନୁରୋଧ କରିଥିଲେ।

ଏହି ସଭାରେ ଶ୍ରୀମାନ ମିନକେତନ ସାହୁ ,ପରିବେଶବିତ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକ ମାନଙ୍କୁ ପରିବେଶ ସନ୍ତୁଳନ ବାବଦରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଏହି ସଭାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗୋଲି ରାଉତ୍ ମଧ୍ୟ ଯୋଗଦାନ କରିଥିଲେ। ତତ୍ ସହିତ ସହରର ସମସ୍ତ କାଉନସିଲର ଶ୍ରୀମାନ ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ, କ୍ଷୀର ସାନବର୍ଷା, ସବିତା ବରିହା, କବିତା ସେଠ୍, ସଂଯୁକ୍ତା ପୃଷ୍ଟି ଓ ଗୌରୀ ସାହୁ ଉପସ୍ଥିତ ରହିଥିଲେ । ସ୍ବଚ୍ଛତାରେ ସ୍ଵଭାବ ଓ ସ୍ବଚ୍ଛତାରେ ସଂସ୍କାର ବିଷୟରେ ଆଲୋକପାତ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଙ୍ଗଠିକା ଛନ୍ଦାମିତ୍ରା ମିଶ୍ର ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ବର୍ଜ୍ୟବସ୍ତୁ ରୁ ତିଆରି କଳା ପ୍ରଦର୍ଶନୀ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ପରିବେଶ ସୁରକ୍ଷାର ବାର୍ତ୍ତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଲାଲ ବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ , ରାଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଓ ସଙ୍ଗୀତ ସମିତି ପଦ୍ମପୁରର ମିଳିତ ଉଦ୍ୟମରେ ବିଭିନ୍ନ ସଚେତନାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସୌମ୍ୟବଲ୍ଲଭ ମହାପାତ୍ର, କିଶୋର ଚନ୍ଦ୍ର ପଣ୍ଡା, ଅଭିମନ୍ୟୁ ନାୟକ, ସୁଶାନ୍ତ ଆଚାର୍ଯ୍ୟ, ଉମେଶ ସୁନା, ଦୁଷ୍ମନ୍ତ ବେହେରା, ଅଜିତ ମହାକୁର, ମନୋଜ ପ୍ରଧାନ, ସୁଲେଖା ପଣ୍ତିତ , କୁଞ୍ଜଲତା ଭୁଏ, ଅନୁରାଧା ଚାନ୍ଦ, ସରୋଜିନୀ ରାଉତ ତଥା ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ମାନେ ଉପସ୍ଥିତ ରହିଥିଲେ।

error: Content is protected !!