
ପଦ୍ମପୁର-ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ବର୍ତ୍ତମାନର ବୃହତ ଆଞ୍ଚଳିକ ଦଳ ଭାବରେ ପରିଚିତ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଟାଉନ ସଭାପତି ନବକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା।

ପରେ ଅନୁଷ୍ଠିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ରାଜୁ ଘିବେଲା, ମହେଶ୍ୱର ପୁରୀ, ଉମେଶ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଜନସାଧାରଣଙ୍କ ସହିତ ରହି ଅଂଚଳର ବିକାଶ ନିମନ୍ତେ କାମ କରିବା ପାଇ ମତ ପ୍ରକାଶ ପାଇଥିଲା । ସରପଞ୍ଚ,ସମିତି ସଭ୍ୟ, କାଉନସିଲର, ୱାର୍ଡ ସଭାପତି, ମାନଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।



