Saturday, March 7, 2026
Homeରାଜ୍ୟପଦ୍ମପୁରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ।

ପଦ୍ମପୁରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ।

ପଦ୍ମପୁର – ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତା ସିଂ ବରିହା, ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ୍ ସଭାପତି ନବ କିଶୋର ସାହୁ, ବିଜେଡ଼ି ନେତା ରାଜୁ ଘିବେଲା,

ମହେଶ୍ବର ପୁରୀ, ଜିଲ୍ଲାପରିଷଦ ପୂର୍ଣିମା ରଣା ପ୍ରମୁଖ ଯୋଗଦେଇ ପ୍ରଥମେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ପରେ ଦଳର ପ୍ରତିଷ୍ଠା ଦିବସ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦଳର ବରିଷ୍ଠ ନେତା, ସମସ୍ତ ସଭାପତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

error: Content is protected !!