Saturday, March 7, 2026
Homeରାଜ୍ୟପଦ୍ମପୁରରେ ଡା ରାମଚନ୍ଦାନୀଙ୍କ ଏକ ଟଙ୍କିଆ ଇସିଜି ସେବା ।

ପଦ୍ମପୁରରେ ଡା ରାମଚନ୍ଦାନୀଙ୍କ ଏକ ଟଙ୍କିଆ ଇସିଜି ସେବା ।

ପଦ୍ମପୁର-ପଦ୍ମପୁର ଠାରେ ଏକ ଟଙ୍କାରେ ଇସିଜି ସେବା ପ୍ରଦାନ କରି ପୁଣି ଚର୍ଚ୍ଚାରେ ଡା ଶଙ୍କର ରାମଚନ୍ଦାନୀ। ବୁର୍ଲା ପରେ ପଦ୍ମପୁରରେ ଡା ରାମଚନ୍ଦାନୀ ଏକ ଛାତ ତଳେ ଏକ ଟଙ୍କିଆ କ୍ଲିନିକ,ଏକ ଟଙ୍କିଆରେ ଔଷଧ ପୁଣି ଏକ ଟଙ୍କାରେ ଇସିଜି ସେବା ଆରମ୍ଭ କରିଛନ୍ତି। ଶୁକ୍ରବାର ତାଙ୍କର କାକି ମାୟା ରାମଚନ୍ଦାନୀ ଓ ବଡ଼ ଭାଇ ବିଜୟ ରାମଚନ୍ଦାନୀ ଏକ ଟଙ୍କିଆ ଇସିଜି ସେବାକୁ ଉଦଘାଟନ କରିଥିଲେ। ଜମଲା ଗ୍ରାମର ଜୀବନ ମେହେର ପ୍ରଥମ ଇସିଜି ସେବା ପାଇଛନ୍ତି।

ସ୍ୱର୍ଗୀୟ ମାତା ଲାଜବନ୍ତୀ ରାମଚନ୍ଦାନୀଙ୍କ ସ୍ମୃତିରେ ଏକ ଟଙ୍କିଆ କ୍ଲିନିକ ସହ ଔଷଧ,ଇସିଜି ସେବା ଓ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଛନ୍ତି। ଅଦ୍ୟାବଧି ସ୍ୱାସ୍ଥ୍ୟ ସେବାରେ ୭୮,୩୪୫ଜଣ ରୋଗୀ ଉପକୃତ ହୋଇଛନ୍ତି। ପଦ୍ମପୁରରେ ଇସିଜି ସେବା ଉଦଘାଟନରେ ଦେବ ନାରାୟଣ ମହାନ୍ତି,ରାଜକିଶୋର ଭୋଇ,ପୁତନ ବାଜପେୟୀ,ବାବୁ ସରାଫ,ବଲ୍ଳଭ ମେହେର,ଅଙ୍କିତ ରାମଚନ୍ଦାନୀ ସହ ସହରର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ।ଅଞ୍ଚଳରେ ଡା ଶଙ୍କର ରାମଚନ୍ଦାନୀଙ୍କ ଏକ ଟଙ୍କିଆ ସେବାର ଆଲୋଚନା ଜୋର ହେଉଛି।

error: Content is protected !!