ପଦ୍ମପୁର-ପଦ୍ମପୁର ଅଞ୍ଚଳରେ ବରଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଗୋଟିଏ ଟିମ ହୋଟେଲ,ଢାବା,ତେଜରାତି ଏବଂ ରେଷ୍ଟୁରାଣ୍ଟରେ ଚଢଉ କରିଛନ୍ତି। ଉକ୍ତ ଚଢଉରେ ୨୦ ଜଣ ଖାଦ୍ୟ ବ୍ୟବସାୟୀମାନଙ୍କ ଖାଦ୍ୟ ଯାଞ୍ଚ କରାଯାଇଥିଲା । ଆନୁମାନିକ ୧୫ କେଜି ବାସି ଖାଦ୍ୟ ଓ ଆନୁମାନିକ ୨ ଲିଟର ଖରାପ ତେଳ ନଷ୍ଟ କରାଗଲା।

ଡାଇରିଆକୁ ଆଖି ଆଗରେ ରଖି ସବୁ ହୋଟେଲ,ଠେଲାମାନଙ୍କୁ ସଫା ପାଣି ଦେବା, ସଫା ସୁତୁରା ପରିବେଶ ରଖିବା ତଥା ବାସି ଖାଦ୍ୟ ନ ଦେବା, ଖାଦ୍ୟରେ ରଂଗ ବ୍ୟବହାର ନ କରିବା,କାଗଜରେ ଖାଦ୍ୟ ସାମଗ୍ରୀ ନ ପରସିବା ବୋଲି ସଚେତନ କରାଗଲା। ଚାରି ଗୋଟି ଖାଦ୍ୟ ନମୁନା ଯାଞ୍ଚ ପାଇଁ ଫୁଡ ଟେଷ୍ଟିଙ୍ଗ ଲେବକୁ ପଠାଯାଇଛି ।

ଯେଉଁ ଦୋକାନ ଗୁଡିକର ଲାଇସେନ୍ସ ନାହିଁ ସାତ ଦିନରେ ଲାଇସେନ୍ସ କରିବା ପାଇଁ ମଧ୍ଯ ତାଗିଦ କରାଯାଇଥିବା ସୂଚନା ମିଲିଛି । ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ତେଜଭାନୁ ସାହୁ,ଏମ୍.ଟି.ଏସ୍ ସୁନିତ ମଲ୍ଲିକ ଓ ଟିମ ଉପସ୍ଥିତଥିଲେ ।




