Saturday, April 12, 2025
spot_imgspot_imgspot_img
Homeରାଜନୀତିପଦ୍ମପୁରରେ ଗଡ ସଜାଡୁଛି କଂଗ୍ରସେ , ପାଇକମାଲରେ ପ୍ରସ୍ତୁତି ବୈଠକ ।

ପଦ୍ମପୁରରେ ଗଡ ସଜାଡୁଛି କଂଗ୍ରସେ , ପାଇକମାଲରେ ପ୍ରସ୍ତୁତି ବୈଠକ ।

ପଦ୍ମପୁର- ପାଖେଇ ଆସୁଛି ନିର୍ବାଚନ ତାରିଖ, ଗଡ ସଜାଡିବାରେ ଲାଗିପଡିଛି କଂଗ୍ରେସ ଦଳ । ୨୦୧୯ ସାଧାରଣ ନିର୍ବାଚନ ତୂଳନାରେ କଂଗ୍ରେସ ଦଳର ୨୦୨୨ ଉପନିର୍ବାଚନରେ ଭୋଟ ପରିମାଣ କମି ଯାଇଥିଲା । ଚଳିତ ୨୦୨୪ ସାଧାରନ ନିର୍ବାଚନରେ କଂଗ୍ରସେ କିଭଲି ଅଧିକରୁ ଅଧିକ ଭୋଟ ପାଇ ବିଜୟ ହେବ ସେଥିପାଇଁ ନିଜ ଗଡ ସଜାଡିବାରେ ଲାଗିପଡିଛି । ପାଇକମାଲ ଠାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନିଗୋଟି ବ୍ଲକ ଓ ପଦ୍ମପୁର ଏନଏସିର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଆଗାମୀ ଦିନରେ ଦଳ କିଭଲି ଭାବରେ ଭଲ ସଂଖ୍ୟକ ଭୋଟ ପାଇ ପାରିବ ସେ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ପୁରୁଣା କଂଗ୍ରେସ କର୍ମୀ ପୁଣି କଂଗ୍ରେସରେ ଯୋଗଦେଇ ହାତକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ । ଆଜିର ଏହି ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥି ଟଙ୍କଧର ସାହୁ , ବରିଷ୍ଠ ନେତା ଗୌନ୍ତିଆ ସାହୁ,ନେହେରୁ ତ୍ରିପାଠୀ,ଗଜାନନ ଶର୍ମା , ମନୋଜ କୁମାର ତ୍ରିବେଦୀ,ବିନୋଦ କୁମାର କାଲିଆ , ସନ୍ତୋଷ ପାଣିଗ୍ରାହୀ,ପ୍ରାଣବନ୍ଧୁ ଦାଶ, ଅଶ୍ୱିନି ପଟେଲ,ଉବଦ୍ଭ ପଟେଲ,ମନ ପ୍ରଧାନ,ଜିତେଶ୍ୱରୀ ଦାଶ,ସୁଧାରାଣୀ ସାହୁ,ଗତିକୃଷ୍ଣ ଭୋଇ.ପ୍ରଦୀପ ବେହେରା,ବିଜୟାନନ୍ଦ ପଟ୍ଟନାୟକ ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସଭା ଶେଷରେ ଝାରବନ୍ଧ ବ୍ଲକ ସଭାପତି ମୁଜଫର ହୁସେନ ଧନ୍ୟବାଦ ଜଣାଇଥିଲେ ।

error: Content is protected !!