Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁରରେ କୁନି କାଉଡିଆ।

ପଦ୍ମପୁରରେ କୁନି କାଉଡିଆ।

ପଦ୍ମପୁର – ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ ଲାୟନ୍ସ ଗୁରୁକୁଳ ର (ଜୁନିଅର୍ ୱିଙ୍ଗ )ରେ ପବିତ୍ର ଶ୍ରାବଣ ସୋମବାର ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କାଉଡ଼ିଆ ବେଶରେ ସଜ୍ଜିତ କରାଯାଇଥିଲା ।

ପରେ କୁନି କାଉଡ଼ିଆ ମାନଙ୍କୁ ପଦ୍ମପୁର ସହରସ୍ଥିତ ବଡ଼ବନ୍ଧ ନିକଟସ୍ଥ ରାମେଶ୍ବର ଶିବ ଭଗବାନଙ୍କ ଦର୍ଶନ ସକାଶେ ନିଆଯାଇଥିଲା । ସେଠାରେ କୁନି କାଉଡ଼ିଆ ମାନେ ରାମେଶ୍ବର ବାବା ଙ୍କୁ ଜଳାଭିଷେକ କରିବା ସହିତ ଆଶୀର୍ବାଦ ଲାଭ କରିଥିଲେ ।

ମନ୍ଦିରରେ ଦର୍ଶନ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ, ଜୁନିଅର୍ ୱିଙ୍ଗ ର କୋ- ଅର୍ଡିନେଟର ଶ୍ରୀମତୀ ଶୋଭନା ପଣ୍ଡାଙ୍କ ସହ ସମସ୍ତ ସହକର୍ମୀ ଉପସ୍ଥିତ ଥିଲେ ।

error: Content is protected !!