Saturday, March 7, 2026
Homeରାଜ୍ୟପଦ୍ମପୁରରେ କାନାରା ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ।

ପଦ୍ମପୁରରେ କାନାରା ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ।

ପଦ୍ମପୁର-ଗ୍ରାହକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଲକ୍ଷ ରଖି କାନାରା ବ୍ୟାଙ୍କ ପକ୍ଷରୁ ପଦ୍ମପୁର ଠାରେ ନୂତନ ଶାଖା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହା ହେଉଛି ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୫୩ତମ ଶାଖା I

ଏହି ଉଦ୍ଘାଟନୀ ଉତ୍ସବରେ କାନାରା ବ୍ୟାଙ୍କର ଓଡିଶା କ୍ଷେତ୍ରୀୟ ପ୍ରମୁଖ ଶ୍ରୀ ଜଗଦିଶ ଚନ୍ଦର ଯୋଗଦେଇ ଏହି ଶାଖା କୁ ଉଦଘାଟନ କରିଥିବା ବେଳେ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଶୀ ମନୋଜ ଏସ. ଆର., ମଣ୍ଡଳ ପ୍ରବନ୍ଧକ ଶ୍ରୀ ସୁପ୍ରିୟ ଚକ୍ରବର୍ତ୍ତୀଙ୍କ ସହ ଶତାଧିକ ଗ୍ରାହକ ଉପସ୍ଥିତ ରହିଥିଲେ I ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I

ଏହି ବ୍ୟାଙ୍କରେ ମୁଖ୍ୟତଃ କୃଷି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ସୁନା ଋଣ, ଗୃହ ,ଶିକ୍ଷା , ଯାନବାହାନ,ଏମ. ଏସ. ଏମ. ଇ ଋଣ ସହ ଗ୍ରାହକ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ପଦ୍ମପୁର ଶାଖା ପ୍ରବନ୍ଧକ ଶ୍ରୀ ଶୈଳେଶ କୁମାର ପଧାନ I ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ର ଶ୍ରୀ ମନୋରଞ୍ଜନ ପତ୍ର ଓ ଶ୍ରୀ ଶଶାଙ୍କ ଶେଖର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I

error: Content is protected !!