Saturday, November 23, 2024
spot_imgspot_imgspot_img
Homeରାଜ୍ୟପଦବୀ ଫେରିପାଇଲେ ବହିଷ୍କୃତ ମହୁଲପାଲି ସରପଂଚ ।

ପଦବୀ ଫେରିପାଇଲେ ବହିଷ୍କୃତ ମହୁଲପାଲି ସରପଂଚ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ମହୁଲପାଲି ପଂଚାୟତର ସରପଂଚ ବିଜୟ କର୍ମୀ ବିଜୟ କର୍ମୀକୁ ଓଡିଶା ଗ୍ରାମପଂଚାୟତ ଆଇନ ୧୯୬୪ ଧାରା ୧୧୫ (୨) ଅନୁଯାୟୀ ନିଲମ୍ବନ କରାଯାଇଥିଲା ଏବଂ ଓଡିଶା ଗ୍ରାମପଞ୍ଚାୟତ ଆଇନ -୧୯୬୪ ଧାରା ୧୧୫ (୧) ଅନୁଯାୟୀବିଭାଗ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।ପରବର୍ତ୍ତୀ ସମୟରେ ସରପଂଚ ନିଜ ଦରଖାସ୍ତ ଜରିଆରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀଙ୍କୁପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବାପାଇଁ ଅନୁରୋଧ କରିଥିଲେ । ସେ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଏକ ଶୁଣାଣି ପାଇଁ ଅନୁରୋଧ କରିଥିଲେ , ମାନ୍ୟବର ମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ନିର୍ଦ୍ଦେଶକ, ପଞ୍ଚାୟତି ରାଜମନ୍ତୀ କଂ ଉପସ୍ଥିତିରେ ଏକ ଶୁଣାଣି କରାଯାଇଥିଲା ।

ଯେଉଁଥରେ ଶ୍ରୀ ବିଜୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଶୁଣାଣି ସମୟରେ ଶ୍ରୀ ବିଜୟ କର୍ମୀଙ୍କ ଦ୍ବାରା ଉପସ୍ଥାପିତ ସମସ୍ତ କାଗଜପତ୍ରର ଯାଞ୍ଚ କରାଗଲା ଏବଂ ଆଇନର ପ୍ରାବଧାନ ବିଷୟରେ ଆଲୋଚନା କରାଗଲା । ଆଲୋଚନା ସମୟରେ ଶ୍ରୀ ବିଜୟ କର୍ମୀଙ୍କ ବିରୁଦ୍ଧରେ କୌଣସି ଗଣବିରୋଧୀ ତଥା ଗୁରୁତର ଅପରାଧିକଦୋଷ ପ୍ରମାଣିତ ହୋଇପାରିଲାନାହିଁ ।ଉପରୋକ୍ତ ମତ ଅନୁଯାୟୀ, ଶ୍ରୀ ବିଜୟ କର୍ମୀଙ୍କୁ ପୁନର୍ବାର ମହୁଲପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଅବସ୍ଥାପିତକରିବା ପାଇଁ ପଂଚାୟତରାଜ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି |ଯାହା ଫଳରେ ବିଜୟ କର୍ମୀ ରବିବାର ପୂର୍ବାହ୍ନ ୧୦ଟାରେ ପୁଣି ତାଂକ ସରପଂତ ପଦବୀ ଫେରିପାଇଥିବା ସୂଚନା ମିଳିଛି |

error: Content is protected !!